ଦେଶ ବିଦେଶ
ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୫ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି । ଅନ୍ୟ ପକ୍ଷରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଯାଉଛି । ସୀତାପୁରର ଜିଲ୍ଲାପାଳ ଅଭିଷେକ ଆନନ୍ଦ ସୂଚନା ଦେଇଛନ୍ତି ଯେ ଶାରଦା କେନାଲରେ ଏହି ଘଟଣା ଘଟିଛି।