ଜୀବନଶୈଳୀ

ଲୁଚିକରି ଏହି ସ୍ଥାନରେ ରଖି ଦିଅନ୍ତୁ ଲୁଣ, ତାପରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଧନବାନ ହେବା ପାଇଁ କିଛି ଖାସ ଉପାୟ କହିବାକୁ ଯାଉଛୁ। ଏହି ଉପାୟ ଗୁଡ଼ିକୁ କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଘର ପ୍ରତି ଆକର୍ଷିତ ହୋଇଯିବେ। ଅଧିକାଂଶ ଲୋକେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାନ୍ତି। ପ୍ରାୟତଃ ସମସ୍ତଙ୍କୁ ଖୁବ୍ ଶୀଘ୍ର ଧନବାନ ହେବା ପାଇଁ ଇଛା ରହିଥାଏ।

ଲୁଣ ଏକ ଏପରି ଜିନିଷ ଯାହା ଭୋଜନ ପ୍ରସ୍ତୁତ କରିବା ସମୟରେ ନିହାତି ଜରୁରୀ ହୋଇଥାଏ। କୁହାଯାଏ କି ଯେଉଁ ଘରେ ଲୁଣ ନଥାଏ, ସେଠାରେ ଭୂତ ପ୍ରେତ ବାସ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଲୁଣ ପ୍ରୟୋଗ କରି ଆପଣ କିପରି ଧନବାନ ହୋଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତନ୍ତ୍ର ସାଧନ ସମୟରେ ଲୁଣ ପ୍ରୟୋଗ କରାଯାଇଥାଏ। ଘରର ଦୁଆର ମୁହଁରେ ଲୁଣ ରଖିଲେ, ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ଲୁଣକୁ ସଠିକ ମନ୍ତ୍ରତନ୍ତ୍ର ସହିତ ପ୍ରୟୋଗ କଲେ, ଆପଣ ରାତାରାତି ମାଲାମାଲ ହୋଇଯିବେ।ଲୁଣ ଓ କାଚ ରାହୁର କାରକ ଅଟେ। ତେଣୁ ଯଦି ଆପଣ ଗୋଟେ କାଚ ପଦାର୍ଥରେ ଲୁଣ ଭରି ଶୌଚାଳୟରେ ରଖି ଦେବେ, ତାହେଲେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯିବ।

ଘରର ଉନ୍ନତି ପାଇଁ ଲୁଣ ଉତ୍ତମ ହୋଇଥାଏ। ଘରେ ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାନ୍ତୁ, ଦେଖିବେ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ।କିନ୍ତୁ ରବିବାର ଓ ମଙ୍ଗଳବାର ଦିନ ପାଣିରେ ଲୁଣ ମିଶାଇ ପୋଛା ଲଗାନ୍ତୁ ନାହିଁ।

ଗୋଟେ କାଚ ପାତ୍ରରେ ଲୁଣ ରଖି ସେଥିରେ ଦୁଇ ବା ତିନୋଟି ଲବଙ୍ଗ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରେ ସୁଖସମୃଦ୍ଧି ବାସ ହୋଇଥାଏ ଏବଂ ଧନସଂପତ୍ତି ବୃଦ୍ଧି ହୋଇଥାଏ। ଗାଧୋଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ସ୍ନାନ କରନ୍ତୁ, ଦେଖିବେ ଆପଣଙ୍କୁ ଆରାମ ଲାଗିବ। ଲୁଣର ଏହି ଉପାୟ ପ୍ରୟୋଗ କରିବା ଘର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯଦି ପତିପତ୍ନୀଙ୍କ ମଧ୍ୟରେ କଳି ଝଗଡ଼ା ଆଦି ଲାଗି ରହୁଥିଲେ, ଶୋଇବା କୋଠରୀରେ ଗୋଟେ କାଚ ପାତ୍ରରେ ଲୁଣ ରଖି ଶୁଅନ୍ତୁ। ଏହି ସମସ୍ୟା ନିଶ୍ଚିତ ଭାବରେ ଦୂର ହୋଇଯିବ।

ଆଉ କିଛି କାର୍ଯ୍ୟ ରହିଛି, ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପରେ ଧ୍ୟାନ ଦେବା ଆବଶ୍ୟକ। ଅଯଥା ଚିନ୍ତିତ ରହିବା ଉଚିତ ନୁହେଁ। ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। କାରଣ ଦେବୀ ଲକ୍ଷ୍ମୀ ଅପରିଷ୍କାର ସ୍ଥାନରେ ବାସ କରନ୍ତି ନାହିଁ।

ଘରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଆଦି ଲଗାଇବା ଉଚିତ ନୁହେଁ। କଣ୍ଟା ଜାତୀୟ ଗଛ ଘରେ ରହିବା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପ୍ରତ୍ୟେକଦିନ ଠାକୁର ଘରେ ପୂଜା ସାରି ଝୁଣା ଆଦି ଲଗାଇବା ଉଚିତ। ଏହାଦ୍ୱାରା ଘରର ବାତାବରଣ ସକାରାତ୍ମକ ଉର୍ଜାରେ ଭରି ଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button