ଦେଶ ବିଦେଶ
ଫାଇନାଲ ହାରିବା ପରେ ଡ୍ରେସିଂ ରୁମ୍ ପହଞ୍ଚିଲେ ମୋଦୀ – Utkal Mail
ଗୁଜରାଟ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ ୱାର୍ଲ୍ଡକପର ଫାଇନାଲ ମୁକାବିଲାରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଭାରତକୁ ଅଷ୍ଟ୍ରେଲିଆ ୬ ୱିକେଟରେ ହରାଇ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଭାରତୀୟ ବୋଲର ପୁରା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗତକାଲି କୌଣସି ଚମତ୍କାର ଦେଖିବାକୁ ମିଳିନଥିଲା । ପ୍ରଥମ ୧୦ ଓଭରରେ ମହମ୍ମଦ ସାମି ଓ ଜସପ୍ରୀତ ବୁମରାହ ଭଲ ବୋଲିଂ କରି ୩ ୱିକେଟ ନେଇଥିଲେ ମଧ୍ୟ ଟ୍ରେଭିସ ହେଡ ଭାରତଠାରୁ ବିଜୟକୁ ଛଡ଼ାଇ ନେଇଥିଲେ ।




