ଦେଶ ବିଦେଶ

ମାଜିଷ୍ଟ୍ରେଟଙ୍କୁ ପିଟି ଲହୁଲୁହାଣ କଲେ ଛାତ୍ର

ପାଟନା: ବିହାରରେ କିଛି ବି ସମ୍ଭବ। ସେଥିପାଇଁତ ମାଜିଷ୍ଟ୍ରେଟଙ୍କୁ  ଲାତ, ଗୋଇଠାରେ ପୋତି ପକାଇଲେ ଛାତ୍ର। ତା ପୁଣି ପରୀକ୍ଷା କେନ୍ଦ୍ରରେ। ବିହାରର ବାଙ୍କା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଥିବା କାହିଁକି ମାଜିଷ୍ଟ୍ରେଟଙ୍କୁ ମାଡ ମରାଯାଇଛି ତାର କାରଣ ଜଣାପଡି ନାହିଁ। ପୁଲିସ ତଦନ୍ତ ଚଳାଇଛି।

ବିହାର ବାଙ୍କା ଜିଲ୍ଲାର ହରିହର ଚୌଧୁରୀ ଇଣ୍ଟର କଲେଜ ପରୀକ୍ଷା କେନ୍ଦ୍ରରେ ଅମରପୁରର ମାଜିଷ୍ଟ୍ରେଟ୍‌ ପଙ୍କଜ କୁମାର ଜୟସଓ୍ୱାଲ ନିୟୋଜିତ ଥିଲେ। ସୋମବାର ସେକେଣ୍ଡ ପେପର ପରୀକ୍ଷା ପରେ କିଛି ଛାତ୍ର ପରୀକ୍ଷାକେନ୍ଦ୍ରକୁ ଆସି  ମାଜିଷ୍ଟ୍ରେଟ୍‌ଙ୍କୁ ପିଟି ଚାଲିଥିଲେ। କିଏ ଲାତ ମାରୁଥିଲା ତ ପୁଣି କିଏ ଗୋଇଠା, କିଏ ଭୁସା। ଅସହାୟ ମାଜିଷ୍ଟ୍ରେଟ୍ ଛାତ୍ରଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ସବୁ ଚେଷ୍ଟା କରି ମଧ୍ୟ ହୋଇଥିଲେ ବିଫଳ। ପିଲାମାନେ ମାରି ମାରି ହାଲିଆ ହୋଇଗଲା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଆଉ ମାଡରେ ମାଜିଷ୍ଟ୍ରେଟ ହୋଇଥିଲେ ଗୁରୁତର।  ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭାଗଲପୁରର ଓ ପରେ ମାୟାଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମାଡ ସମ୍ପର୍କରେ ମାଜିଷ୍ଟ୍ରେଟ କହିଛନ୍ତି କି, ପରୀକ୍ଷା ପରେ ସମସ୍ତ ଶିକ୍ଷକ ଓ ପୁଲିସ କର୍ମଚାରୀ ଚାଲିଯାଇଥିଲେ। କିନ୍ତୁ ହାଇସ୍କୁଲ ଗେଟ୍‌ ବାହାରେ ୧୫ରୁ ୨୦ ଛାତ୍ର ଲାଠି ଧରି ଠିଆ ହୋଇଥିଲେ। ମାଜିଷ୍ଟ୍ରେଟ୍ ସେମାନଙ୍କୁ  କାହିଁ ଘରୁକୁ ନ ଯାଇ ଠିଆହୋଇଛନ୍ତି ପଚାରିବା ସହ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ସମସ୍ତ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ଜୟପୁର କଟୋରିଆର ଛାତ୍ର ରାଜୁଲ ଅଂସାରୀ ଓ ତା’ସାଙ୍ଗମାନେ ମିଶି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ବୟାନ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button