ସ୍ୱାସ୍ଥ୍ୟ

ଚା’ ରେ ଲୁଣ ମିଶାଇ ପିଇବା, ବାସ୍ତବରେ ଭଲ କି ଖରାପ ଜାଣନ୍ତୁ ସମ୍ପୂର୍ଣ୍ଣ କଥା ହେଇଯିବେ ଆଶ୍ଚର୍ଯ୍ୟ

ଲୋକେ ନିଜ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କରୋନା ମହାମାରୀ କାୟା ବିସ୍ତାର କରିବା ପରେ ନିଜ ସ୍ୱାସ୍ଥ୍ୟ ପାଇଁ ସଭିଏଁ ଯତ୍ନବାନ ମଧ୍ୟ ହୋଇଛନ୍ତି।

ଅନେକ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ସେଭଳି ଲୋକେ ବିଭିନ୍ନ ଉପାୟରେ ଭିନ୍ନ ଭିନ୍ନ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ସେଭଳି ଦେଖାଯାଏ, କିଛି ଲୋକେ ଚା’ରେ ସାମାନ୍ୟ ଲୁଣ ପକାଇ ଥାଆନ୍ତି।

ଚା’ରେ ସାମାନ୍ୟ କଳା ଲୁଣ ପକାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

କଣ ମିଳେ ଫାଇଦା :

ଥଣ୍ଡା-କାଶ ହେବା ଦ୍ୱାରା ଚା’ରେ ଲୁଣ ପକାଇ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।

ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଗ୍ରୀନ ଟିରେ ଏକ ଚୁଟକି କଳା ଲୁଣ ମିଶାଇ ପିଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ।

ନାଲି ଚା’ରେ ସାମାନ୍ୟ କଳା ଲୁଣ ପକାଇ ପିଇବା ପେଟ ପାଇଁ ଭଲ। ପେଟ ଜନିତ ଅନେକ ସମସ୍ୟା ଏହା ଦୂର କରିଥାଏ।

ଏହି ଚା’ ସେବନ କରିବା ଦ୍ୱାରା ଗଳା କୁଣ୍ଡାଇ ହେବା, କଫ ଆଦି ସମସ୍ୟା ଦୂର ହୋଇଥାଏ।

ଲୁଣ ସହିତ ଚା ଟନସିଲକୁ ମଧ୍ୟ ଭଲ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button