ମନୋରଞ୍ଜନ

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା – Utkal Mail



ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।

ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ତେଲଗୁ ଚଳଚ୍ଚିତ୍ର ‘ଗାରାଗା’ରେ ନାୟିକା ଭାବେ ସେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ଏବେ ଆନ୍ଧ୍ରପ୍ରଦେଶରେ ଚାଲିଛି। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ବ୍ୟବସାୟୀ। ବଡ଼ଭାଇ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରନ୍ତି। ମନିକା ପିଲା ବେଳୁ କଳାପ୍ରତି ଆକୃଷ୍ଟ ହୋଇଥିଲେ। ପାଠ ପଢ଼ା ସହିତ ନୃତ୍ୟ ଓ ଅଭିନୟ ପ୍ରତି ରୁଚି ରଖିଥିଲେ। ତେଣୁ ମାଲକାନଗିରିରେ ପାଠପଢ଼ା ଶେଷ କରିବା ପରେ ହାଇଦ୍ରାବାଦ ଯାଇ ଡ୍ୟାନ୍ସ ଶିଖିଥିଲେ। ଦୁଇ ବର୍ଷ ଡ୍ୟାନ୍ସ ଶିଖିବା ପରେ ତାଙ୍କୁ ଧାରାବାହିକରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟ ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲା। ଶେଷରେ ମନିକାଙ୍କୁ ବଡ଼ ପରଦାରେ ମିଳିଲା ବଡ଼ ବ୍ରେକ୍‌। ତେଲୁଗୁ ଚଳଚ୍ଚିତ୍ର ‘ଗାରାଗା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କୁ ବ୍ରେକ୍‌ ମିଳିଲା। ଆଉ ସୁଯୋଗକୁ ହାତ ଛଡ଼ା କରିନଥିଲେ ମନିକା। ଏହି ଫିଲ୍ମ ପ୍ରଥମେ ତେଲୁଗୁ ପରେ ହିନ୍ଦୀ ଭାଷାରେ ରିଲିଜ ହେବା ସହ ଖୁବ୍‌ଶୀଘ୍ର ଫିଲ୍ମ ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଏଥିପାଇଁ ମନିକା ବେଶ୍‌ ଉତ୍ସାହିତ ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button