ବ୍ୟବସାୟ

ଖୁବଶୀଘ୍ର ଶସ୍ତାକୁ ହେବାକୁ ଯାଉଛି ଆମେ ପ୍ରତିଦିନ ବ୍ୟବହାର କରୁଥିବା ଏସବୁ ସାମଗ୍ରୀ – Utkal Mail


ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ କମ୍ପାନିର ସାମଗ୍ରୀର ଦାମ୍ ହ୍ରାସ ହେବାକୁ ଯାଉଛି। ହିନ୍ଦୁସ୍ତାନ ୟୁନିଲିଭର ପ୍ୟାରେଣ୍ଟ କମ୍ପାନି ୟୁନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ସ‌ାମଗ୍ରୀଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନି ଘୋଷଣା କରିଛି।

ୟୁନିଲିଭରର ମୁଖ୍ୟ ଫାଇନାସିଆଲ ଅଧିକାରୀ ଗ୍ରିମ ପେଟକେଥଲି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ବିଶ୍ୱର ଆର୍ଥିକ ସ୍ଥିତିରେ ସୁଧାର ଆସିବା। ଫଳରେ ଭାରତରେ କିଛି ସାମଗ୍ରୀର ଦର ହ୍ରାସ କରାଇବା ବିଷୟରେ ଚିନ୍ତା କରାଯାଉଛି। ଏହି କଥା ସ୍ପଷ୍ଟ ସେ  କିଛି ସାମଗ୍ରୀର ଦର ନିଶ୍ଚୟ ହ୍ରାସ ହେବ।

ଇକୋନୋମିକ୍ ଟାଇମ୍ସ, ରିଉଟର୍ସ ଏବଂ ବିଜନେସ ଷ୍ଟାଣ୍ଡାର୍ଡ ଅନୁଯାୟୀ, କପଡା ସଫା କରିବା ଏବଂ ବଡି ୱାସ୍ କରିବା ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ୟୁନିଲିଭରକୁ ଏକ ଯୋଜନା ଉପରେ କାର୍ଯ୍ୟ କରିବାକୁ ଯାଉଛି।

ଏହା ପଛରେ ଦୁଇଟି କାରଣ ଅଛି। ଏହି ଦୁଇଟି କାରଣ ମଧ୍ୟରେ  ପ୍ରଥମ କାରଣ ହେଲା, ବିଶ୍ୱସ୍ତରୀୟ ଦ୍ରବ୍ୟ ମୂଲ୍ୟରେ ହ୍ରାସ ଦେଖାଯାଉଛି, ଯାହାର ଲାଭ ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ।

ଦ୍ୱିତୀୟତଃ, ସେମାନେ ପୁନର୍ବାର ବଜାରକୁ ପ୍ରବେଶ କରୁଛନ୍ତି ଏବଂ ମାର୍କେଟ ସେୟାର ବଢ଼ୁଥିବାରୁ ଲୋକାଲ କମ୍ପାନି ସହିତ ପ୍ରତିଯୋଗିତା କରିବାକୁ ହୋଇପାରେ। ତେଣୁ ଏସବୁ କାରଣକୁ ଦୃଷ୍ଟିରେ ରଖି କମ୍ପାନି ସାବୁନ ଓ ଡିଟରଜେଣ୍ଟ ଦର ହ୍ରାସ କରିବାକୁ ଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button