ଟାଟାଠୁ ନେଇ ଆଦାନୀ ଗ୍ରୁପ୍ ଯାଏଁ; ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ଚିନ୍ତାରେ ଭାରତୀୟ କମ୍ପାନି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଥମିବାର ନାଁ ଧରୁନାହିଁ । ପ୍ରଥମେ ଇସ୍ରାଏସ- ହମାସ ମଧ୍ୟରେ, ପରେ ଇସ୍ରାଏଲ- ଲେବାନନ ଆଉ ଏବେ ଇସ୍ରାଏଲ -ଇରାନ ମଧ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ମଧ୍ୟପ୍ରାଚ୍ୟ ଉତ୍ତେଜନା ମହାଯୁଦ୍ଧ ଆଡ଼କୁ ମୁହାଁଉଛି । ଏହି ଯୁଦ୍ଧ ପ୍ରଭାବ ବିଶ୍ବ ବଜାରରେ ପଡ଼ିଲାଣି । ଆମେରିକା ଠାରୁ ଭାରତୀୟ ବଜାରରେ ନିମ୍ନଗାମୀ ହେବାରେ ଲାଗିଛି ।
ଅଶୋଧିତ ତୈଳ ଦାମ୍ ଲଗାତାର ବଢ଼ୁଥିବାରୁ ତୈଳକମ୍ପାନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଭାରତୀୟ କମ୍ପାନିଙ୍କନ ମୁଣ୍ଡବିନ୍ଧା ବଢ଼ିଛି । କାରଣ ବହୁ ଭାରତୀୟ କମ୍ପାନିର କରବାର ଇସ୍ରାଏଲରେ ଚାଲୁଛି ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବିଶ୍ବ ବଜାରକୁ ପ୍ରଭାବିତ କରିଛି । ଗୁରୁବାର ଭାରତୀୟ ପୁଞ୍ଜିବଜାର ସେନସେକ୍ସ ୧୭୬୯ ଅଙ୍କ ଏବଂ ନିଫ୍ଟି ୫୪୬ ଅଙ୍କ ତଳକୁ ଖସିଥିଲା । ସେହିପରି ଶୁକ୍ରବାର ଆରମ୍ଭରୁ ନିମ୍ନଗାମୀ ହୋଇଛି ସେୟାର ବଜାର । ଯୁଦ୍ଧ ପାଇଁ ଭାରତର ୧୪ କମ୍ପାନି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଥିରେ ଟାଟା ଗ୍ରୁପ୍ କମ୍ପାନିରୁ ନେଇ ଗୌତମ ଆଦାନୀ କମ୍ପାନି ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ଇସ୍ରାଏଲ-ଇରାନ ଯୁଦ୍ଧ ଏହି କମ୍ପାନି ଗୁଡ଼ିକ ସେୟାର ତଳକୁ ଖସିବାରେ ଲାଗିଛି ।
ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ, ଇସ୍ରାଏଲରେ ଥିବା ଭାରତୀୟ କମ୍ପାନୀର ମଧ୍ୟରୁ ୧୪ଟି କମ୍ପାନି ସେୟାର ବଜାର ବଡ଼ ନାଁ । ଏମାନଙ୍ତ ମଧ୍ୟରେ ଆଦାନୀ ପୋର୍ଟ, ଫର୍ମା ସେକ୍ଟର କମ୍ପାନି ସନଫାର୍ମା, ଅଳଙ୍କାର କମ୍ପାନିରୁ ନେଇ ଟାଟାର ଟାଇଟନ୍ ନାଁ ସାମିଲ୍ ରହିଛି । ଏହାଛଡ଼ା ଟିସିଏସ, ଓ୍ବିପ୍ରୋରୁ ନେଇ ଟେକ୍ ମହିନ୍ଦ୍ରା ପର୍ଯ୍ୟନ୍ତ କମ୍ପାନି ଇସ୍ରାଏଲର ବଡ଼ ନିବେଶ କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ଫଳରେ ଭାରତୀୟ କମ୍ପାନୀ ମାନଙ୍କର ଟେନସନ ବଢ଼ିବାରେ ଲାଗିଛି ।