ଆଲିଆ ନୁହନ୍ତି, ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ ରଣବୀର କପୁର – Utkal Mail
ମୁମ୍ବାଇ: ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ’ ‘କଫି ଉଇଥ କରଣ’ର ନୂଆ ସିଜିନ ପାଇଁ ଚର୍ଚ୍ଚାରେ ଅଛନ୍ତି। କରଣଙ୍କ ସୋ’ର ଅଷ୍ଟମ ସିଜିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସୋ’ ସହିତ ଜଡିତ ଅନେକ ପ୍ରମୋ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ଦେଖିଲେ ଲାଗୁଛି ଯେ, ସୋ’ର ଟିଆରପି ପାଇଁ ଏଥର ଆହୁରି ଅଧିକ ବିବାଦୀୟ ପ୍ରଶ୍ନ ପଚାରିବେ କରଣ। ନୂଆ ସିଜିନ ଆରମ୍ଭ ହେବା ପୂର୍ବରୁ ଏବେ ପୁରୁଣା ସିଜିନର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରଣବୀର କପୁର ଆଲିଆଙ୍କୁ ନୁହେଁ ବରଂ ଅନୁଷ୍କା ଶର୍ମାଙ୍କୁ ବିବାହ କରିବାକୁ ଚାହୁଥିବା କହୁଛନ୍ତି।
କରଣ ଜୋହର ପ୍ରଶ୍ନ କରୁଛନ୍ତି ଯେ, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଓ ଜାକଲିନ ଫର୍ଣ୍ଣାଡିଜଙ୍କ ମଧ୍ୟରୁ କାହାକୁ ‘କିଲ୍’, ‘ମ୍ୟାରି’ ଓ ‘ହୁକ୍ ଅପ’ କରିବାକୁ ଚାହୁଛ । ଉତ୍ତରରେ ରଣବୀର କହୁଛନ୍ତି ଯେ, ସେ ଅନୁଷ୍କା ଶର୍ମାଙ୍କୁ ବିବାହ କରିବାକୁ ଚାହୁଛନ୍ତି। ହେଲେ ଯେହେତୁ ସେ ଏବେ ବିବାହ କରି ଖୁସିରେ ଅଛନ୍ତି, ତେଣୁ ସେ ଆଉ କାହାକୁ ବିବାହ କରିବାକୁ ଚାହିବେ ନାହିଁ। ଆଲିଆଙ୍କ ନାମ ବିକଳ୍ପରେ ଥାଇ ବି ସେ ଆଲିଆଙ୍କ ସହ କେବଳ ‘ହୁକ୍ ଅପ’ କରିବାକୁ ଚାହାନ୍ତି ବୋଲି କହିଥିବା ଦେଖାଯାଇଛି ।
ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।