ସ୍ୱାସ୍ଥ୍ୟ

କ’ଣ ଆପଣ ବି ଖାଉଛନ୍ତି ଆଳୁ ! ତେବେ ଆଳୁ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ କ’ଣ ହୋଇଥାଏ ?

ଆଳୁକୁ ପରିବା ମାନଙ୍କର ରାଜା କୁହାଯାଇଥାଏ । କାରଣ ଆଳୁକୁ ଆମେ ପ୍ରାୟ ସବୁ ରୋଷେଇ ଆଇଟମରେ ବ୍ୟବହାର କରିଥାଉ । ଖାଦ୍ୟରେ ଆଳୁର ସ୍ଵାଦ ଯେତିକି ଭଲ ରହିଥାଏ । ଆଳୁରେ ଶରୀର ପାଇଁ ଅନେକ ଉପକାରୀ ପଦାର୍ଥ ବି ରହିଥାଏ । ଆଲୁରେ ସୋଡା, ପୋଟାସିୟମ, ଭିଟାମିନ-a, b ରହିବା ସହ ଫସଫରସ, ଜିଙ୍କ, ଆଇରନ ଓ ମାଗ୍ନେସିୟମ ଭଳି ପୋଷକ ତତ୍ଵ ରହିଥାଏ । ଏହି ଆଳୁ ଖାଇବା ଦ୍ଵାରା ଆମ ଶରୀର ଶକ୍ତି ପାଇଥାଏ । ତେବେ ଆଳୁ ଖାଇବା ଦ୍ଵାରା କଣ କଣ ସବୁ ଫାଇଦା ଆମର ହୋଇଥାଏ ଚାଲନ୍ତୁ ଜାଣିବା ।

 

 

1- ଆଳୁରେ ଭିଟାମିନ ଓ ମିନେରାଲ ଭଳି ଥିବା ଶକ୍ତିଶାଳୀ ପୋଷକ ତତ୍ଵ ବ୍ୟକ୍ତିର ହାର୍ଟକୁ ସୁରକ୍ଷିତ ରଖିବାରେ ସାହାଜ୍ଯ କରିଥାଏ । ହେଲେ ଯେଉଁ ମାନଙ୍କର ମୋଟାପଣ ଅଧିକ ଥିବ । ଅର୍ଥାତ ଯେଉଁ ମାନେ ମୋଟା ଲୋକ ସେମାନେ ଆଳୁର ଅଧିକ ପରିମାଣରେ ସେବନ କରନ୍ତୁ ନାହିଁ ।

2- ମସ୍ତିଷ୍କର ବିକାଶ ପାଇଁ ଗ୍ଲୁକୋଜ, ଅକ୍ଷିଜେନ, ଏମୀନୋ ଏସିଡ ଓ ଅନେକ ଭିଟାମିନର ଆବଶ୍ୟକତା ପଡିଥାଏ । ତେବେ ଏହି ସବୁ ପୋଷକ ତତ୍ଵ ଆମକୁ ଆଳୁ ଖାଇବା ଦ୍ଵାରା ମିଳିଯାଇଥାଏ । ତେଣୁ ଆଳୁର ସେବନ କରିବା ଦ୍ଵାରା ମସ୍ତିଷ୍କ ସୁସ୍ଥ ରହିବା ସହ ତାହାର ବିକାଶ ମଧ୍ୟ ଘଟିଥାଏ ।

3- ଆଳୁରେ ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ଭିଟାମିନ ରହିଥାଏ । ଯାହାକି ଆଣ୍ଠୁ, ଗଣ୍ଠିରେ ଯନ୍ତ୍ରଣା ହେବାକୁ ଦେଇନଥାଏ । ଏଥିସହ ହାଡଗଣ୍ଠିକୁ ମଜଭୁତ କରାଇଥାଏ ।

4- ଆଳୁକୁ ଶରୀରର ଆବଶ୍ୟକତା ମୁତାବକ ଖାଇବା ଦ୍ଵାରା ଏହା ଶରୀରର କୋଲେଷ୍ତ୍ରଲକୁ କମ କରିବାରେ ସାହାଜ୍ଯ କରିଥାଏ । ଏହା କୋଲେଷ୍ତ୍ରଲକୁ କମ କରୁଥିବାରୁ ସେଥିପାଇଁ ଆମ ହାର୍ଟ ହେଲଦି ରହିଥାଏ ।

5- ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରି ରଖିବାରେ ଆଲୁର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥାଏ । ଆଲୁରେ ପୋଟାସିୟମ ରହିଥାଏ । ଏହି ପୋଟାସିୟମ ବ୍ୟକ୍ତିର ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରିକି ରଖିଥାଏ ।

6- ଆଳୁରେ କିଛି ଆଣ୍ଟି ଅକ୍ଷିଡେଣ୍ଟ ପଦାର୍ଥ ମଧ୍ୟ ରହିଥାଏ । ଯାହାକି କ୍ୟାନ୍ସର ହେବାରୁ ଶରୀରକୁ ରକ୍ଷା କରିଥାଏ ।

7- ଆଳୁକୁ ତ୍ଵଚା ବା ସ୍କିନରେ ଲଗାଇବା ଦ୍ଵାରା ସ୍କିନ ଗୋରା  ଆଉ ସୁନ୍ଦର ମଧ୍ୟ ବନିଥାଏ ।

ତେବେ ଆଳୁର କିନ୍ତୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ । ନଚେତ ଏହା ଦ୍ଵାରା ସ୍ଵାସ୍ଥ ସହ ଜଡିତ ସମସ୍ଯା ମଧ୍ୟ ବାହାରିଥାଏ । ତେଣୁ ଶରୀର ପାଇଁ ଆବଶ୍ୟକତା ମୁତାବକ ଯେତିକି ଦରକାର ସେତିକି ପରିମାଣର ଆଳୁକୁ ଖାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button