ବିଚାର
ଜାଣନ୍ତୁ କେଉଁ ଦୀପ ଜାଗରରେ ଜାଳିଲେ ଶୁଭ

ହିନ୍ଦୁ ରୀତିନୀତି ଅନୁସାରେ ମହାଶିବରାତ୍ରି ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ତିଥିରେ ପାଳନ କରାଯାଉଛି। ଏହି ଦିନ ମହାଦେବ ଓ ମାତା ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା କରିଲେ ଅନେକ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛି।କୁହାଯାଏ ଯେ ଗୋଟିଏ କଳସ ପାଣି ଶିବଲିଙ୍ଗରେ ଢାଳିଲେ ବି ଭୋଳାବାବା ସନ୍ତୁଷ୍ଟ ହୋଇଥାନ୍ତି। ଏବଂ ଭକ୍ତଙ୍କ ମନବାଞ୍ଝା ପୂରଣ କରିଥାନ୍ତି। ଭୋଳାବାବାଙ୍କୁ ଖୁସି କରିବା ପାଇଁ ମହାଶିବରାତ୍ରି ହିଁ ସବୁଠାରୁ ଉତ୍ତମ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ମହାଦେବଙ୍କ ନିକଟରେ ଘିଅ ଦୀପ, କପୁର ଆଳତି ଏବଂ ଶୋରିଷ ତେଲରେ ଦୀପ ଜାଳି ପାରିବେ। ଏହାସହିତ ‘ଓଁ ତତପୁରୁଷାୟ ବିଦମହେ, ମହାଦେବାୟଃ ଧିମହି ତନୋଃ ଋଦ୍ର ପ୍ରଚୋଦୟତ୍’ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଶୁଭଫଳ ପ୍ରାପ୍ତି ହେବ।



