ନୀତି

ପାଠପଢ଼ା ଖର୍ଚ୍ଚ ବାବଦକୁ ଟଙ୍କା ବଦଳରେ ପିଲାଙ୍କ ଠାରୁ ପ୍ଲାଷ୍ଟିକ ନେଇଥାଏ ଏହି ସ୍କୁଲ – Utkal Mail


ନୂଆଦିଲ୍ଲୀ: ଦୁଇଦଶକ ପୂର୍ବ ତୁଳନାରେ ବିଶ୍ବରେ ଏବେ ପ୍ଲାଷ୍ଟିକର ବ୍ୟବହାର ଦୁଇଗୁଣା ବୃଦ୍ଧି ପାଇଛି। ଏହି ପ୍ଲାଷ୍ଟିକର ଅଳ୍ପ କିଛି ମାତ୍ରା ରିସାଇକେଲ ହୋଇପାରୁଛି। ତେଣୁ ପ୍ଲାଷ୍ଟିକକୁ ରିସାଇକେଲ କରିବା ପାଇଁ ଆସାମର ଏକ ସ୍କୁଲ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଯାହାକୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି।

ନାଗାଲ୍ୟାଣ୍ଡ ମନ୍ତ୍ରୀ ତେମଜେନ ଇମ୍ନା ଏଲୋଙ୍ଗ ପ୍ରାୟତଃ ନିଜର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ସେ ଅକ୍ଷର ଫାଉଣ୍ଡେସନର ଏକ କ୍ଲିପ ସେୟାର କରିଛନ୍ତି। ଏହି ଫାଉଣ୍ଡେସନ ସ୍କୁଲରେ ପିଲା ପାଠପଢ଼ିବାକୁ ହେଲେ ଟଙ୍କା ବଦଳରେ ପ୍ଲାଷ୍ଟିକ ଦେବାକୁ ପଡ଼ିଥାଏ। ଏହି ସ୍କୁଲର ନିୟମ ରହିଛି କି ପ୍ରତ୍ୟେକ ସପ୍ତାହରେ ପିଲା ୨୫ଟି ପ୍ଲାଷ୍ଟିକ ଆଣି‌ବେ, ଆଉ ତାହାକୁ ସ୍କୁଲରେ ଜମା କରିବେ।

 

ସ୍କୁଲର ସହ-ପ୍ରତିଷ୍ଠାତା ପରମିତା ଶର୍ମ‌ା ଓ ମାଜିନ ମୁଖତାର ୨୦୧‌୬ରେ ଏହି ସ୍କୁଲ ପ୍ରତିଷ୍ଠା କରିଥିଲେ। ତେବେ ସେମାନେ ବିଭିନ୍ନ ସ୍ଥାନରେ  ବର୍ଜ୍ୟ ପ୍ଲାଷ୍ଟିକ ଦେଖିଥି‌ଲେ। ଯାହାକି ପରିବେଶକୁ ଦୂଷିତ କରୁଥିଲା। ତେଣୁ ସେମାନେ ସ୍ଥିର କଲେ ବର୍ଜ୍ୟ ପ୍ଲାଷ୍ଟିକୁ ଜମା କରି ତାହାକୁ ରିସାଇକେଲ କରି ପୁଣିଥରେ କେମିତି ବ୍ୟବହାର କରାଯାଇପାରିବେ। ସେ ଦିଗରେ ଚିନ୍ତା କରି ପରମିତା ଶର୍ମା ଓ ମାଜିନ ଏଭଳି ସ୍କୁଲ ନିର୍ମାଣ କରିଥିଲେ। ଆଉ ସ୍କୁଲର ନିୟମ ରହିଲା ପାଠପଢ଼ିବାକୁ ହେଲେ ପ୍ରତ୍ୟେକ ସପ୍ତାହରେ ଟଙ୍କା ବଦଳରେ ପିଲାଙ୍କୁ ୨୫ଟି ପ୍ଲାଷ୍ଟିକ ଜମା କରିବାକୁ ହେବ। ଏହି ସ୍କୁଲର ଆଉ ଏକ ବିଶେଷତ୍ବ‌ ହେଉଛି ବଡ଼ପିଲା ଛୋଟ ପିଲାଙ୍କୁ ପାଠପଢ଼ାଇ ଥାଆନ୍ତି। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ବି ଦିଆଯାଇଥାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button