ରାଜନୀତି

ୱାୟନାଡ଼ ବୁଲି ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

: ଭୁସ୍ଖଳନରେ ଧ୍ୱସ୍ତ ବିଧ୍ୱସ୍ତ କେରଳର ୱାୟନାଡକୁ ଆଜି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ବାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ |

ମୋଦୀ ପ୍ରଥମେ ବାୟୁସେନା ହେଲିକପ୍ଟର ଯୋଗେ ଭୂସ୍ଖଳନରେ ଧ୍ବଂସ ହୋଇଯାଇଥିବା ଚୁରଲମାଲା, ମୁଣ୍ଡକ୍କଇ ଏବଂ ପଞ୍ଚିରିମଟ୍ଟମ ବସ୍ତିଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ କେନ୍ଦ୍ରୀୟ ପର୍ଯ୍ୟଟନ ତଥା ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ସାମିଲ ଥିଲେ। ଆକାଶମାର୍ଗରେ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ କଲପେଟ୍ଟାସ୍ଥିତ ଏସକେଏମଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଓହ୍ଲାଇ ସଡ଼କ ମାର୍ଗରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ।

ତେବେ ପ୍ରଧାନମନ୍ତ୍ରୀ ଆଜି ୱାୟନାନର ଭୁସ୍ଖଳନ ଅଞ୍ଚଳ ଗସ୍ତ କରିବା ପରେ ତାହାକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ଘୋଷଣା କରିବେ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଶାବ୍ୟକ୍ତ କରିଛନ୍ତି। ଏନେଇ ସେ ଟ୍ୱିଟ କରି କହିଛନ୍ତି, ୱାୟନାନର ଭୁସ୍ଖଳନର ଭୟାବହତା ଜାଣିବା ପାଇଁ ବ୍ୟକ୍ତିଗତ ସ୍ତରରେ ସେଠାକୁ ଯିବା ନିମନ୍ତେ ନେଇଥିବା ନିଷ୍ପତ୍ତି ନିମନ୍ତେ ଧନ୍ୟବାଦ । ଏହା ଏକ ଭଲ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦେଖିବା ପରେ ଏହାକୁ ନିହାତି ଭାବେ ରାଷ୍ଟ୍ରୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବେ ବୋଲି ଟ୍ୱିଟ କରିଛନ୍ତି ରାହୁଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button