ଦେଶ ବିଦେଶ

ଆଜି ଅପରାହ୍ଣ ୪ଟା ବେଳେ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ଦେବେ ବୋଲି ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

ଟୁଇଟ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି: ଆଜି ସନ୍ଧ୍ୟା ପ୍ରାୟ ୪ଟା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ମଣିପୁର ହିଂସାକାଣ୍ଡ ବିଷୟରେ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ ସମର୍ଥନରେ ‘ଏନ୍‌ଡିଏ’ ସରକାରଙ୍କ ବିରୋଧରେ କଂଗ୍ରେସ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହେଉଛି ବିତର୍କର ତୃତୀୟ ତଥା ଅନ୍ତିମ ଦିବସ। ଗତ ଦୁଇ ଦିନର ବିତର୍କରେ ସରକାର ଓ ବିରୋଧୀ ଦଳର ବହୁ ବିଶିଷ୍ଟ ନେତା ମଣିପୁର ହିଂସାକାଣ୍ଡ ସମେତ ଅନେକ ବିଷୟରେ ଆଲୋଚନା କରିଥିଲେ।

Image Courtesy of Times of India

ଅନାସ୍ଥା ପ୍ରସ୍ତାବ ଉପରେ  ଆଜି ପ୍ରଧାନମନ୍ତ୍ରୀ ଲୋକସଭାରେ ଉଦ୍‌ବୋଧନ ଦେବାକୁ ଥିବାରୁ ସମୟ ପରିଚାଳନା ପାଇଁ ଗୃହରେ ସାଂସଦମାନଙ୍କୁ କହିବାକୁ ମାତ୍ର ୩ ମିନିଟ୍‌ ସମୟ ଦିଆଯାଉଛି।

କଂଗ୍ରେସ ସାଂସଦ ମନିକମ୍‌ ଠାକୁର କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଗତର ପ୍ରଥମ ଦିନ ପ୍ରଧାନମନ୍ତ୍ରୀ କଂଗ୍ରେସ ସାଂସଦ ଗ‌ୌରବ ଗୋଗୋଇ ଉଠାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ବୋଲି ଆଶା କରାଯାଉଥିଲା।

ଉଲ୍ଲେଖଯୋଗ୍ୟ, ମଣିପୁର ହିଂସାକାଣ୍ଡ ଉପରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଭାଗ ନ ନେଇଥିବାରୁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଈଶ୍ବର ନୁହନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button