ମନୋରଞ୍ଜନ

ଜୀବନ ଯୁଦ୍ଧର କାହାଣୀ ‘ଏ କେମିତି ବନ୍ଧନ’ – Utkal Mail


ଭୁବନେଶ୍ବର: ଜେମ୍ସ ଫିଲ୍ମସ ବ୍ୟାନରରେ ତିଆରି ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଏ କେମିତି ବନ୍ଧନ’। ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ ଏ ଫିଲ୍ମରେ ଜୀବନ ସଂଗ୍ରାମରେ ବଞ୍ଚିବାକୁ ହେଲେ କରିବାକୁ ପଡୁଥିବା ବିଭିନ୍ନ ସଂଘର୍ଷକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି । କାହାଣୀର ନାୟକ କେମିତି ଭାଇ ଓ ଭାଉଜଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କୁ ଆପଣେଇ ଜୀବନ ସଂଗ୍ରାମରେ ଆଗେଇ ଚାଲିଛି, ଏ କାହାଣୀ ମାଧ୍ୟମରେ ଦର୍ଶକ ତାହା ଦେଖିବାକୁ ପାଇବେ।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅମନ, କୁକିଜ ସ୍ୱାଇଁ, ଦୀପକ ମହାରଣା, ମାନସ ମିଶ୍ର, ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ, ସୂର୍ଣ୍ଣଲତା, ରାଜଲକ୍ଷ୍ମୀ, ସତ୍ୟେନ୍ଦ୍ର, ରୁଦ୍ର ଓ ଜ୍ୟୋତିଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି। ନିର୍ଦ୍ଦେଶନାର ଭାର ରାକେଶ ସାମଲ ନେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ପ୍ରଯୋଜନାରେ ଅଛନ୍ତି ଜେମ୍ସ ଓ ପ୍ରଭାତ। ଫିଲ୍ମର ସୁଟିଂ ଇତିମଧ୍ୟରେ ‌ଶେଷ ହୋଇଛି ବୋଲି ଖବର ମିଳିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button