ଜୀବନଶୈଳୀ
ଦୀର୍ଘ ଦିନ ଧରି ବାହାଘରକୁ ନେଇ କଣ ଆପଣ ବି ଚିନ୍ତିତ ଥିଲେ କରନ୍ତୁ ଏହି ଉପାୟ, ମିଳିବ ଚାହୁଁଥିବା ଜୀବନସାଥି
କଣ ଆପଣଙ୍କ ଜୀବନରେ ବି ବିବାହକୁ ନେଇ ସମସ୍ୟା ଦେଖା ଦେଉଛି କି ? ଅନେକ ଦିନ ଧରି ଜୀବନ ସାଥୀ ଟିଏ ଖୋଜୁଥିଲେ ମଧ୍ୟ ମିଳୁ ନାହିଁ କିମ୍ବା ଅନେକ ଜାଗାରେ ବାହାଘର ଭାଙ୍ଗୁଛି । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କଣ ।

ସାଧାରଣତଃ ଏପରି ଘଟଣା ବାସ୍ତୁ ଦୋଷ ପାଇଁ ହୋଇଥାଏ । ଏଥି ପାଇଁ ଘରର ବାସ୍ତୁ ଦୋଷକୁ ଠିକ୍ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କେଉଁ ବାସ୍ତୁ ଦୋଷ ହେତୁ ବିବାହରେ ସମସ୍ୟା ଦେଖା ଦେଇଥାଏ ।
• ଯେତେବେଳେ ବର ପକ୍ଷ ଲୋକ କନ୍ୟାକୁ ଦେଖିବାକୁ ଆସିବେ ସେତେବେଳେ ତାଙ୍କୁ ଉତ୍ତର ଦିଗକୁ ମୁହଁ କରି ବସାନ୍ତୁ । ଏହା କରିବା ଦ୍ଵାରା ଏକ ସକାରାତ୍ମକ ବାତା ବରଣ ସୃଷ୍ଟି ହୋଇଥାଏ । ବର ପକ୍ଷ କନ୍ୟାକୁ ଶୀଘ୍ର ପସନ୍ଦ କରିଥାନ୍ତି ।
• କନ୍ୟା ଶୋଇବା ସମୟରେ ତାର ମୁଣ୍ଡ ପାଖରେ ଏକ କ୍ରିଷ୍ଟାଲ ବଲ ରଖନ୍ତୁ ।
• ଝିଅର ବିବାହ ନ ହେଉଥିଲେ ଝିଅର ପିତା ମାତା ଶୁକ୍ଲ ପକ୍ଷ ସୋମବାରରେ ନାରାୟଣଙ୍କୁ ପୂଜା କରିବା ଉଚିତ୍ ।



