ଦେଶ ବିଦେଶ

ବିଚିତ୍ର ସ୍ଥିତିରେ ମହତାବ ପାଠାଗାର: ପାଠକଙ୍କ ସଂଖ୍ୟା ଅନୁପାତରେ ବହି ନାହିଁ

ଭୁବନେଶ୍ୱର: ନୂଆ ରୂପ ନେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର। ମିଳିବ ୱାଇଫାଇ ସୁବିଧା। କ୍ୟାରିୟର କାଉନ୍‌ସେଲିଂ ପାଇଁ ହେବ ‘ମୋଟିଭେସନାଲ୍‌ ଟକ୍‌’। ମିସନ ଶକ୍ତିର କାଫେଟେରିଆ ଖୋଲିବ। ଆହାର କେନ୍ଦ୍ରରେ ମିଳିବ ପେଟପୂରା ଖାଦ୍ୟ। ଦୁଇ ବର୍ଷ ତଳେ ଏମିତି କିଛି ଘୋଷଣା କରିଥିଲେ ତତ୍‌କାଳୀନ ସରକାର। ପାଠାଗାରର ସମ୍ପୂର୍ଣ୍ଣ ନବୀକରଣ ଦାୟିତ୍ବ ନେଇଥିଲା ଓଡ଼ିଶା ଖଣି ନିଗମ(ଓଏମ୍‌ସି)। ହେଲେ ଏ ଯାବତ୍‌ କିଛି ପୂର୍ଣ୍ଣ ହୋଇପାରିଲାନି। କିଛି ଦିନ ପୂର୍ବରୁ ‘ମୋଟିଭେସନାଲ ଟକ’ ଆରମ୍ଭ ହୋଇଥିଲେ ମଧ୍ୟ ନବକଳେବର କାମ ଯୋଗୁ ତାହା ବି ବନ୍ଦ ହୋଇଯାଇଛି। ଆହାର କେନ୍ଦ୍ର ସମ୍ପୂର୍ଣ୍ଣ ହେବା ପରେ ଥରେ ପରୀକ୍ଷାମୂଳକ ଭାବରେ ‘ଆହାର’ ଦେଇ ପରେ ବନ୍ଦ କରିଦେଇଛନ୍ତି।

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗ ହୁଅନ୍ତୁ ବା ବିଭିନ୍ନ ବିରଳ ପୁସ୍ତକ ଖୋଜୁଥିବା ସାଧାରଣ ଲୋକ ହୁଅନ୍ତୁ, ପ୍ରତ୍ୟେକ ଦିନ ଏଠାରେ ଭିଡ଼ ଜମିଥାଏ। ନବୀକରଣ ଘୋଷଣା ପରେ ବିଭିନ୍ନ ମହଲ ଖୁସି ବ୍ୟକ୍ତ କରିଥିଲେ ମଧ୍ୟ ନବୀକରଣ ବିଳମ୍ବିତ ହୋଇଛି। ଅନ୍ୟପଟେ ଆହାର କେନ୍ଦ୍ର ମଧ୍ୟ ଥରେ ଖୋଲି ବନ୍ଦ ହୋଇଯାଇଛି। ପରୀକ୍ଷାମୂଳ ଭାବରେ ଥରେ ୧୦୦ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା। ପରିଚାଳନା ପାଇଁ ବିଏମ୍‌ସିକୁ ହସ୍ତାନ୍ତର ହୋଇଛି। ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ଉଦ୍‌ଘାଟନ ପାଇଁ ବିଳମ୍ବ ହେଉଥିବା କୁହାଯାଉଛି।

ଏଯାଏଁ ମିଳିଲାନି ଆହାର
କର୍ମଚାରୀ ସଂକଟ

ଅନ୍ୟପଟେ ଏଠାରେ ସିଟ୍ ସଂଖ୍ୟା ସୀମିତ ରହିଛି। ଏବେ ୪୭୦ ସିଟ୍ ଓ ଦୁଇଟି ପଠନ ଗୃହ ରହିଛି। ଏଣେ ରାଜଧାନୀର ବକଳେବର ସାଙ୍ଗକୁ ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳସ୍ୱରୁପ ଏଠାରେ ସିଟ୍‌ ସଂଖ୍ୟାଠାରୁ ଦେଢ଼ ଗୁଣ ସଂଖ୍ୟକ ଅଧିକ ପିଲା ଆସୁଛନ୍ତି। ଲାଇବ୍ରେରି କାର୍ଡ ପାଇଁ ଶତାଧିକ ପିଲା ଅପେକ୍ଷା କରି ରହିଛନ୍ତି। ପୁଣି ଏହାକୁ ପରିଚାଳନା କରିବା ପାଇଁ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ନାହାନ୍ତି। ପାଠାଗାର ପରିଚାଳନା ପାଇଁ ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଆବଶ୍ୟକ ଥିଲେ ମଧ୍ୟ ମାତ୍ର ୨୦ରୁ ୨୨ କର୍ମଚାରୀ ଅଛନ୍ତି। ଫଳରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବର୍ତ୍ତମାନ ଏଠାରେ ପ୍ରାୟ ୨.୮୦ ଲକ୍ଷ ପୁସ୍ତକ ରହିଛି। ହେଲେ ପିଲା ସଂଖ୍ୟା ଅଧିକ ଥିବାରୁ କିଛି ନିର୍ଦ୍ଦିଷ୍ଟ ପୁସ୍ତକ ଏଠାରେ ନଥିବା ଅଭିଯୋଗ ହେଉଛି। ଜଣେ ଅଧିକାରୀଙ୍କ କହିବା କଥା, କେନ୍ଦ୍ରର ଅନ୍ୟ ନବୀକରଣ କାମ ଚାଲିଛି। ଚଳିତ ମାସରୁ ଖୁବ୍‌ଶୀଘ୍ର ‘ମୋଟିଭେସନାଲ୍‌ ଟକ୍‌’ ଆରମ୍ଭ ହୋଇଯିବ। ପିଲାଙ୍କ ଚାହିଦା ଅନୁସାରେ ଆମେ ପୁସ୍ତକ ମଗାଉଛୁ ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button