ବ୍ୟବସାୟ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ : ୬.୫ ପ୍ରତିଶତରେ ସ୍ଥିର ରହିଲା ସୁଧହାର – Utkal Mail


କ୍ରମାଗତ ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିବା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଚଳିତ ଆର୍ଥିକ ବର୍ଷରେ ଦରଦାମ ୫ ଦଶମିକ ୧ ପ୍ରତିଶତରୁ ୫ ଦଶମିକ ୪ ପ୍ରତିଶତ ବଢିବ ବୋଲି ଆକଳନ କରିଛି ଆରବିଆଇ । କିନ୍ତୁ ରେପୋ ରେଟ ତଥା ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏବେ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିବା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ‘ରେପୋ ରେଟ୍ ’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରିଛି ।

ଶକ୍ତିକାନ୍ତ ଦାଶ କହିଛନ୍ତି, ର୍ଥନୀତିରେ ଭାରତର ନିରନ୍ତର ପ୍ରଗତି ହେଉଛି। ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ଉପରେ ଧ୍ୟାନ ଦେଇ ମନିଟାରି ପଲିସିର ୬ଜଣ ସଦ୍ୟଙ୍କ ମଧ୍ୟରୁ ୫ଜଣ ‘ରେପୋ ରେଟ୍ ’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ। ଗତ କିଛି ମାସ ହେବ ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା ବ୍ୟକ୍ତ କରି ଶକ୍ତିକାନ୍ତ କହିଛନ୍ତି ଏଥିପ୍ରତି କଠୋରତା ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ୍ ସଜାଗ ରହିଛି। ତେବେ ମୁଦ୍ରସ୍ଫିତି ଗତ ମେ ମାସରେ ୪ ଦଶମିକ ୩ ପ୍ରତିଶତ ଥିବା ବେଳେ ଜୁନରେ ୪ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି । ଅଗଷ୍ଟ ମାସରେ ଆହୁରୀ ଦରଦାମ ବଢିବା ନେଇ ଆକଳନ କରାଯାଇଛି ।

 


Related Articles

Leave a Reply

Your email address will not be published. Required fields are marked *

Back to top button