ଓଡିଶା

ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର, ଘରୁ ମିଳିଲା ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା

କଟକ : ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣ-STA ଡେପୁଟି କମିଶନର । ପ୍ରଦୀପଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା।  ସୁନା ବିସ୍କୁଟ ମଧ୍ୟ ଜବତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ କଟକ ସ୍ଥିତ ଅଫିସରେ ରେଡ୍ ଚାଲିଛି । ଘର, ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି । ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ପାଞ୍ଝ ମାରିଛି ଭିଜିଲାନ୍ସ ।

ସେହିପରି ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର, ରଘୁନାଥପୁରରେ ଥିବା ଫ୍ଲାଟ୍, ଗୋବିନ୍ଦପ୍ରସାଦରେ ଥିବା ୫ ମହଲା ନିର୍ମାଣଧିନ କୋଠାରେ ରେଡ୍ କରୁଛି ଭିଜିଲାନ୍ସ । ସେପଟେ ନୟାଗଡ଼ ରଣପୁରରେ ଥିବା ଫାର୍ମହାଉସ, ଖୋର୍ଦ୍ଧା ଟାଙ୍ଗୀରେ ପୈତୃକ ଘର, ପୁରୀ ଭକ୍ତରତ୍ନ ଲେନ୍‌ରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ  । ସେହିପରି ଭୁବନେଶ୍ବର ମଳିପଡ଼ାରେ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ନାଁରେ ନିର୍ମାଣଧିନ କୋଠା ଓ କଟକ ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରୁଛନ୍ତି । ରେଡ୍ ରେ ୨ ASP, ୧୩ DSP, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ଓ ଅନ୍ୟ କର୍ମଚାରୀ ରେଡ୍ ରେ ସାମିଲ ହୋଇଛନ୍ତି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button