ବିଚାର

ଭଗବାନ ଶିବ କହିଥିଲେ କଳିଯୁଗର ପାଞ୍ଚଟି ବଡ଼ କଥା, ଯିଏ ଜାଣି ପାରିଲା ସେ ସର୍ବଦା ରହିବ ଖୁସି

ଭଗବାନ ଅନ୍ତର୍ଯ୍ୟାମୀ ଅଟନ୍ତି, ସେ ସବୁ ଜାଣିଛନ୍ତି। ଏଥିପାଇଁ ହିନ୍ଦୁ ଗ୍ରନ୍ଥ ଅନୁସାରେ ମାନା ଯାଇଥାଏ କି ଭଗବାନ ଶିବ ଏପରି ୫ଟି କଥା ପାର୍ବତୀଙ୍କୁ କହିଥିଲେ, ଯାହା କଳିଯୁଗର ଲୋକଙ୍କ ପାଇଁ ଅଧିକ ଉପଯୋଗୀ ହୋଇ ପାରିବ।

ଆସନ୍ତୁ ସେହି ପାଞ୍ଚଟି କଥା ବିଷୟରେ ଜାଣିବା –

୧/ ମାଆ ପାର୍ବତୀ ଶିବଙ୍କୁ ଏକ ପ୍ରଶ୍ନ କଲେ କି ପୃଥିବୀ ଉପରେ ସବୁଠାରୁ ବଡ ପାପ ଏବଂ ସବୁଠାରୁ ବଡ ଧର୍ମ କଣ ଅଟେ ? ସେତେବେଳେ ଭଗବାନ ଶିବ କହିଲେ କି ମଣିଷ ମାନଙ୍କ ପାଇଁ ସବୁଠାରୁ ବଡ଼ ଧର୍ମ ହେଲା ସତ୍ୟ ପଥରେ ଚାଲିବା ଏବଂ ସତ୍ୟ ସପକ୍ଷରେ ରହିବା। ଏହାର ବିପରୀତ ମନୁଷ୍ୟ ପାଇଁ ସବୁଠାରୁ ବଡ଼ ପାପ ହେଉଛି ଅସତ୍ୟ କହିବା ଏବଂ ଅସତ୍ୟର ସପକ୍ଷରେ ରହିବା। ଅତଃ ଆପଣଙ୍କୁ ସର୍ବଦା ସତ୍ୟର ସପକ୍ଷରେ ରହୁଥିବା ଲୋକଙ୍କ ସପକ୍ଷରେ ରହିବା ଉଚିତ।

୨/ ଦ୍ଵିତୀୟ କଥା ଏହିକି ଯେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଥିଲେ କି ମନୁଷ୍ୟକୁ ସର୍ବଦା ନିଜ କାର୍ଯ୍ୟର ସାକ୍ଷୀ ହେବା ଉଚିତ। ଯେତେବେଳେ କୌଣସି ବ୍ୟକ୍ତି ଖରାପ କର୍ମ କରିଥାଏ ବା ଅନ୍ୟାୟ ପଥରେ ଚାଲିଥାଏ, ସେତେବେଳେ ସେ ଏହା ଭାବିକି ଆଗକୁ ବଢ଼ିଥାଏ ଯେ ତାକୁ କେହି ଦେଖୁ ନାହାନ୍ତି। କିନ୍ତୁ ତାଙ୍କୁ ଏହା କେବେବି ଭୁଲିବା ଉଚିତ ନୁହେଁ କି , ସେ ଜଣେ ବଡ଼ ପାପୀ ଅଟେ ଏବଂ ଏହାର ପ୍ରମାଣ ସେ ନିଜେ ଅଟେ।

୩/ ଭଗବାନ ଶିବଙ୍କ ଅନୁସାରେ ଭଗବାନଙ୍କୁ ନିଜ କର୍ମ ଅନୁସାରେ ଫଳ ଭୋଗ କରିଥାଏ। ଯଦି କର୍ମ ଭଲ ହେବ ତାହେଲେ ପରିଣାମ ମଧ୍ୟ ଭଲ ରହିବ। ଯଦି କର୍ମ ଖରାପ ହେବ ତାହେଲେ ଏହାର ପରିଣାମ ମଧ୍ୟ ଖରାପ ହିଁ ମିଳିବ। ଏଥିପାଇଁ ଭୁଲରେ ମଧ୍ୟ କାହା ପାଇଁ ଖରାପ ଚିନ୍ତା କରନ୍ତୁ ନାହିଁ।

୪/ ଭଗବାନ ଶିବ ପାର୍ବତୀଙ୍କୁ କହିଲେ କି ଯଦି ମନୁଷ୍ୟ କୌଣସି ବ୍ୟକ୍ତି, ପରିସ୍ଥିତି ବା ନିଜ ମଧ୍ୟରେ ବହୁତ ମଜ୍ଜୀ ରହୁଥାଏ ତାହେଲେ ସେ ଜୀବନରେ କେବେବି ସଫଳ ହୋଇ ପାରେ ନାହିଁ। କାରଣ ସେ ସମୟର ମାୟା ଜାଲରେ ଫସି ଯାଇଥାଏ।

୫/ ଭଗବାନ ଶିବ କୁହନ୍ତି କି ମନୁଷ୍ୟ ମାନଙ୍କୁ ନିଜ ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ନଚେତ ମନୁଷ୍ୟ ନିଜର ଇଚ୍ଛା ଗୁଡ଼ିକୁ ଏତେ ବଢେଇ ଦେଇଥାଏ କି ତାହା ପୂରଣ ହେବାର ଅସୁବିଧା ହୋଇଥାଏ। ଯାହାଦ୍ଵାରା ଦୁଃଖ ପ୍ରାପ୍ତି ହୋଇଥାଏ। ଏହାସହିତ ମନୁଷ୍ୟକୁ ନିଜର ଆବଶ୍ୟକତା ଏବଂ ଇଛା ମଧ୍ୟରେ ଫରକ ବୁଝିବା ଆବଶ୍ୟକ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button