ଦେଶ ବିଦେଶ

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଜଳିଗଲେ ୩ ଶ୍ରମିକ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇ ୩ ଶ୍ରମିକ ଜଳି ଯାଇଛନ୍ତି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି।

ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଫଳରେ ଉକ୍ତ ସ୍ଥାନରେ କାମ କରୁଥିବା ୩ ଶ୍ରମିକ ଜୀଅନ୍ତା ଜଳି ଯାଇଥିଲେ।

ମୃତକମାନେ ଉତ୍ତରପ୍ରଦେଶର ବୋଲି ଜଣାଯାଇଛି।

ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଛାନଭିନ କରି ବହୁ ଶ୍ରମିକ ଜଳି ଯାଇ ଗୁରୁତର ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

କାହିଁକି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ପୁଲିସ୍ ତାହାର ତଦନ୍ତ ଆରମ୍ଭ କରିଛି। ଏଥିସହ ଫ୍ୟାକ୍ଟ୍ରି ମାଲିକ ଓ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button