ଦେଶ ବିଦେଶ

ବିବାହ କରିବାକୁ ମନା କରିଦେବାରୁ ଗୁଳି କଲା ପ୍ରେମିକ

ବିବାହ କରିବାକୁ ବାଧ୍ୟ କରୁଥିଲା। ଏକପାଖିଆ ଭଲ ପାଉଥିଲା ଝିଅକୁ। କିନ୍ତୁ ବିବାହ କରିବାକୁ ମନା କରିଦେବାରୁ ଗୁଳି କରିଦେଲା। ଉତ୍ତରପ୍ରଦେଶରୁ ଆସିଛି ଏଭଳି ଅଭାବନୀୟ ଘଟଣା। ସୌଭାଗ୍ୟବଶତଃ ଝିଅଟି ବଞ୍ଚିଗଲା। ଝିଅଟି ବିପଦମୁକ୍ତ ରହିଛି। କେବଳ ଝିଅକୁ ଗୁଳି କଲାନି ଯୁବକ। ତାକୁ ବିରୋଧ କରୁଥିବା ଝିଅର ବାପା ଓ ଭାଇକୁ ବି ଗୁଳି କରି ହତ୍ୟା କରିବି ବୋଲି ଦେଇଥିଲା ଧମକ। ଗୁଳି ମାଡ଼ର ଶୀକାର ହୋଇଥିବା ଯୁବତୀ ଜଣକ ହେଲେ ବନ୍ଦନା କୁଶଓ୍ୱାହା। ଘରେ ଏକୁଟିଆ ପଢ଼ୁଥିଲା ବେଳେ ଅଭିଯୁକ୍ତ ଘରେ ପଶି ଗୁଳି କରିଥିଲା। ସେତେବେଳେ ଝିଅଟିର ବାପା ମାର୍କେଟ ଯାଇଥିଲେ। ମାଆ ନଥିଲେ। ଛୋଟ ଭଉଣୀ ଖେଳୁଥିଲା। ବର୍ଷେ ହେଲା ଜବରଦସ୍ତି ବିବାହ ଲାଗି ଚାପ ପକାଉଥିଲା। ବାରଣ କରିବାରୁ ପୁରା ପରିବାରକୁ ମାରିଦେବି ବୋଲି ବ୍ଲାକମେଲିଂ କରି ଚାଲୁଥିଲା ଯୁବକ ଜଣକ।

ଗୁଳି କରିଥିବା ଯୁବକକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି। ଏଥିଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଏକପାଖିଆ ପ୍ରେମର ପରିଣାମ ଭୋଗିବାକୁ ପଡ଼ିଛି ଝିଅଟିକୁ। ଥାନାରେ ଏତଲା ହୋଇଛି। ସଂପୃକ୍ତ ଯୁବକର ପରିଜନଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରଖିଛି ପୁଲିସ।

ବାପା ଭାଇଙ୍କୁ ମାରିଦେବାର ଧମକ ଦେଇ ବର୍ଷେ ହେଲା ବିବାହ ଲାଗି ବ୍ଲାକମେଲିଂ କରୁଥିବା ଯୁବକ ଶେଷରେ ଏକତରଫା ପ୍ରେମ କରୁଥିବା ଝିଅକୁ ଗୁଳି କରିବାକୁ ପଛାଇଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button