ଦେଶ ବିଦେଶ

ଅମୃତସରରେ ବିଷାକ୍ତ ମଦ ପିଇ ୧୭ ମୃତ

ନୂଆଦିଲ୍ଲୀ: ପଂଜାବ ଅମୃତସର ଜିଲ୍ଲା ମଜିଥା ଉପକଣ୍ଠରେ ଆଜି ବିଷାକ୍ତ ମଦ ପିଇ ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ୯ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏବଂ ସ୍ଥାନୀୟ ଇଟିଓ (ଏକ୍ସାଇସ୍‌ ଆଣ୍ଡ ଟାକ୍ସେସନ୍‌ ଅଫିସର୍‌) ଏବଂ ଡିଏସ୍‌ପିଙ୍କ ସମେତ ୪ ଜଣ ଅଫିସର ନିଲମ୍ବିତ ହୋଇଛନ୍ତି। ଭଙ୍ଗାଲି, ପାଟଲପୁରୀ, ମରାରି କଲନ ଏବଂ ଥେରେୱାଲ ଗ୍ରାମରେ ଏହି ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବିଷାକ୍ତ ମଦ ତିଆରି ପାଇଁ ଅନଲାଇନ୍‌ରେ ମିଥାନଲ୍‌ କିଣାଯାଇଥିଲା।

ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ମଜିଥାରେ ଗାଁ ଗୁଡ଼ିକରେ ନିରୀହ ଲୋକଙ୍କ ଜୀବନହାନି ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବନି। ଏହା ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି। ମୁଖ୍ୟ ମଦ ଯୋଗାଣକାରୀ ପ୍ରଭଜିତ ସିଂହ ଏବଂ ସାହେବ ସିଂହ ବିରୋଧରେ ଏତଲା ରୁଜୁ କରାଯାଇଛି। ଅନ୍ୟ ୭ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button