ଓଡିଶା

ମା’ କିଚକେଶ୍ୱରୀ ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା

ୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରରେ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି। ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି ହେବାର ଏହା ପ୍ରଥମ ଘଟଣା।

ମନ୍ଦିର ପ୍ରଶାସନ ପକ୍ଷରୁ ରରୁଆଁ ଥାନାରେ ଖବର ଦିଆଯିବା ପରେ ରରୁଆଁ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ମା’ କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍ ହୋଇଯାଇଛନ୍ତି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏପର୍ଯ୍ୟନ୍ତ ପୁଲିସ କାହାରିକି ଗିରଫ କରି ପାରି ନାହିଁ । ଯାହା ଫଳରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।

ଅନ୍ୟପଟେ ମନ୍ଦିର ପରିସର ରେ ଲାଗିଥିବା CCTV ମଧ୍ୟ ଦୀର୍ଘ ଦିନ ହବ ଅଚଳ ହୋଇ ପଡ଼ିଛି । ଯାହା ଫଳରେ ଚୋରମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ସୁବିଧା ହେଉଛି । ତେଣୁ ଏଥିପ୍ରତି ବି ମନ୍ଦିର ପ୍ରଶାସନ ଦୃଷ୍ଟି ଦେଇ CCTV କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button