ନିର୍ଦ୍ଧାରିତ ସମୟରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରର ନୂଆ ଫଟୋ ଉଠାଇଲା ‘ଚନ୍ଦ୍ରଯାନ-୩’ – Utkal Mail
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅଭିଯାନ ଅଗଷ୍ଟ ୨୩ ତାରିଖ ବୁଧବାର ଚନ୍ଦ୍ରରେ ମୃଦୁ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବାକୁ ଲକ୍ଷ୍ୟ ରଖିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କହିଛି। ମହାକାଶ ଏଜେନ୍ସି କହିଛି ଯେ ସମସ୍ତ ସିଷ୍ଟମର ନିୟମିତ ଯାଞ୍ଚ ଚାଲିଛି ଏବଂ ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚନ୍ଦ୍ରଯାନ-୩ର ଯାତ୍ରା ଜାରି ରହିଛି।
ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୨୦ରେ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ ହେବ ବୋଲି ଇସ୍ରୋ ଏକ୍ସ (ପୂର୍ବ ଟ୍ଵିଟର) ହ୍ୟାଣ୍ଡେଲରେ ଲେଖିଛି।
ଚନ୍ଦ୍ରଯାନ-୨ ଅର୍ବିଟର ସହ ଆନୁଷ୍ଠାନିକ ଭାବେ ଯୋଗାଯୋଗ ସ୍ଥାପନ କରିବା ପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା।
Chandrayaan-3 Mission:
The mission is on schedule.
Systems are undergoing regular checks.
Smooth sailing is continuing.The Mission Operations Complex (MOX) is buzzed with energy & excitement!
The live telecast of the landing operations at MOX/ISTRAC begins at 17:20 Hrs. IST… pic.twitter.com/Ucfg9HAvrY
— ISRO (@isro) August 22, 2023
ଅଗଷ୍ଟ ୧୯, ୨୦୨୩ରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲପିଡିସି) ଦ୍ୱାରା କଏଦ ହୋଇଥିବା ଚନ୍ଦ୍ରର ଫଟୋ ମଧ୍ୟ ମହାକାଶ ଏଜେନ୍ସି ସେୟାର କରିଥିଲା।
ଏଲପିଡିସି ଚିତ୍ର ଲ୍ୟାଣ୍ଡର ମଡ୍ୟୁଲକୁ ଏହାର ସ୍ଥିତି (ଅକ୍ଷାଂଶ ଏବଂ ଦ୍ରାଘିମା) ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଥାଏ।
ଇସ୍ରୋର ଜଣେ ବୈଜ୍ଞାନିକ ପୂର୍ବରୁ କହିଥିଲେ ଯେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂକୁ ଅଗଷ୍ଟ ୨୭କୁ ଘୁଞ୍ଚାଇ ଦିଆଯାଇପାରେ ଯଦି ମହାକାଶଯାନ ଚନ୍ଦ୍ରରେ ଅବତରଣ କରିବା ପାଇଁ ପରିସ୍ଥିତି ଅନୁକୂଳ ନ ହୁଏ।
ତେବେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ ଅବତରଣ କରିବ ବୋଲି ଅହମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର-ଇସ୍ରୋର ନିର୍ଦେଶକ ନିଲେଶ ଏମ୍ ଦେଶାଇ କହିଛନ୍ତି।
‘ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବାର ଦୁଇ ଘଣ୍ଟା ପୂର୍ବରୁ ଅଗଷ୍ଟ ୨୩ରେ ଆମେ ଲ୍ୟାଣ୍ଡର ମଡ୍ୟୁଲର ଅବସ୍ଥା (ସ୍ୱାସ୍ଥ୍ୟ) ଏବଂ ଚନ୍ଦ୍ରର ସ୍ଥିତି କୁ ଆଧାର କରି ସେହି ସମୟରେ ଅବତରଣ କରିବା ଠିକ୍ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନେବୁ। ଯଦି କୌଣସି କାରଣ ଅନୁକୂଳ ମନେ ନ ହୁଏ ନାହିଁ, ତେବେ ଅଗଷ୍ଟ ୨୭ରେ ଆମେ ଚନ୍ଦ୍ରରେ ମଡ୍ୟୁଲ୍ ଅବତରଣ କରିବୁ। ତେବେ, କୌଣସି ଅସୁବିଧା ହେବା ଉଚିତ ନୁହେଁ ଏବଂ ଆମେ ଅଗଷ୍ଟ ୨୩ରେ ମଡ୍ୟୁଲ୍ ଅବତରଣ କରିପାରିବୁ’ ବୋଲି ସେ କହିଛନ୍ତି।