ନୀତି

ଇନ୍‌ଷ୍ଟାରେ ବଢୁଛନ୍ତି ସୀମା-ସଚିନଙ୍କ ଫଲୋୟର୍ସ; ଦୂର ହେଉଛି ଅଭାବ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ବିଷୟରେ ତ ଆପଣ ଜାଣନ୍ତି। କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ସୀମା ଚର୍ଚ୍ଚାରେ ରହିଥାନ୍ତି। ସୀମା ହାଇଦରଙ୍କ ପ୍ରେମ କାହାଣୀ ଯେତିକି ଆକର୍ଷଣୀୟ ସେତିକି ଆକର୍ଷଣୀୟ ତାଙ୍କ ଚଳଚ୍ଚିତ୍ର ମଧ୍ୟ। ସୀମା ତାଙ୍କ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିଲେ। ସେ ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ସହ ଗ୍ରେଟର ନୋଏଡାରେ ରହୁଛନ୍ତି।

ପୂର୍ବରୁ ସୀମା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ପ୍ରଥମ କରି ୪୫ ହଜାର ଟଙ୍କା ରୋଜଗାର କରିଥିବା କଥା ଆପଣ ଜାଣିଛନ୍ତି। ତାହାର କିଛି ଦିନ ପରେ କପି ରାଇଟ୍ସ ଇସୁ କାରଣରୁ ତାଙ୍କ ପ୍ରଥମ ଚ୍ୟାନେଲ୍‌ ବ୍ଲକ୍‌ ହୋଇଯିବା ପରେ ସେ ଦିତୀୟ ଚ୍ୟାନେଲ୍‌ ଖୋଲିଥିଲେ।

ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ବି ଆଗକୁ ବଢୁଛି। ଦେଖିବାକୁ ମିଳିଛି ଯେ ସୀମା-ସଚିନଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଫଲୋୟର୍ସ ବଢ଼ି ବଢ଼ି ଚାଲିଛି। ଏହି କାରଣରୁ ତାଙ୍କ ଆୟ ବି ବୃଦ୍ଧି ପାଇଛି। ଆପଣ ଜାଣନ୍ତି ଯେ ଇନ୍‌ଷ୍ଟାରେ ଫଲୋୟର୍ସ ଯେତେ ଅଧିକ ହେବେ ରୋଜଗାର ବି ସେହି ହିସାବରେ ବଢ଼ିବ। ତେବେ ଆପଣ ଜାଣି ରଖନ୍ତୁ ଯେ ସୀମା ଓ ସଚିନଙ୍କ ନାମରେ ଇନ୍‌ଷ୍ଟାଗ୍ରାମ୍‌ରେ ଅନେକଗୁଡ଼ିଏ ଆକାଉଣ୍ଟ୍‌ ଅଛି। ଯେଉଁଥିରେ ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ସୀମା ହାଇଦର ଓ ସଚିନ ମୀନା ଏବେ ସେମାନଙ୍କ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟା ଆକାଉଣ୍ଟ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରୁ ଆଖିଦୃଶିଆ ରୋଜଗାର କରିପାରୁଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button