ବ୍ୟବସାୟ

ଏହି ଜାଗାରେ ଘର କିଣିଲେ ଦେବାକୁ ପଡେ ନାହିଁ ଟଙ୍କା, ବରଂ ଓଲଟା ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା

କହିବାକୁ ଗଲେ କୌଣସି ବି ବ୍ୟକ୍ତି ଯଦି କେଉଁଠି ଜାଗା ନେଇ ଥାଏ ତେବେ ତାହାକୁ ସେହି ଜାଗାର ମୂଲ୍ୟ ହିସାବରେ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ଇଟଲୀ ଦେଶର କ୍ୟାନ୍ଡେଲା ଗ୍ରାମରେ ଘରେ ନେଲେ ଆପଣଙ୍କୁ ଓଲଟା ଟଙ୍କା ମିଳିବ । ଇଟଲୀର ଏହି ଗ୍ରାମରେ ଯିଏ ବି ଘର ନେବାକୁ ଚାହୁଁଛନ୍ତି, ତାଙ୍କୁ ଏଠି ଫ୍ରୀରେ ଘର ଉପଲବ୍ଧ କରାଯିବ ଏହା ସହିତ ତାଙ୍କୁ ଟଙ୍କା ବି ଦିଆଯିବ ।

ଏହି ଅଫର କ୍ୟାନ୍ଡେଲାର ମେୟରଙ୍କ ତରଫରୁ ଦିଆଯାଉଛି । ଏହାକୁ ଘୋଷଣା କରି କହିଲେ କି ଏହି ଗ୍ରାମରେ ରହିବାକୁ ଇଚ୍ଛା ଥିଲେ ତାଙ୍କୁ ଫ୍ରୀରେ ଘର ଦିଆଯିବ ଏହା ସହିତ ତାଙ୍କୁ ୧,୬୩,୭୪୯.୭୩ ଲକ୍ଷ ଟଙ୍କା ବି ଦିଆଯିବ ।

ବହୁତ ସୁନ୍ଦର ଅଟେ ଏହି ଗ୍ରାମ

ଇଟଲୀ ଦେଶରେ ଥିବା ଏହି ଗ୍ରାମ ବହୁତ ସୁନ୍ଦର ଅଟେ ଏବଂ ଏହି ଗ୍ରାମରେ ସୁନ୍ଦର ସୁନ୍ଦର ଘର ବି ତିଆରି କରାଯାଇଛି । ଏହାର ଆଖପାଖରେ ଚାଷ କରିବା ପାଇଁ ମଧ୍ୟ ଚାଷ ଜମି ବି ଅଛି ।

ଦୁନିଆ ସାରା ଲୋକମାନଙ୍କ ପାଇଁ ଏହି ଅଫର

ଏହି ଗ୍ରାମକୁ ପୁଣିଥରେ ଲୋକମାନଙ୍କର ବସବାସ କରିବା ନିମନ୍ତେ ଏହି ଅଫରକୁ ଆରମ୍ଭ କରାଯାଇଛି । ଏହି ଅଫରକୁ କେହି ବି ନେଇ ପାରିବେ । କିନ୍ତୁ ପ୍ରଥମେ ଏହି ଅଫର କେବଳ ଇଟଲୀର ଲୋକମାନଙ୍କ ପାଇଁ ଥିଲା କିନ୍ତୁ ବର୍ତ୍ତମାନ ଏହି ଅଫରକୁ ଦୁନିଆର ସମସ୍ତ ଲୋକମାନଙ୍କ ପାଇଁ ଆରମ୍ଭ କରି ଦିଆଯାଇଛି ।

ଅଫର ସହିତ ଜଡିତ କିଛି ଶର୍ତ

ଯଦି ଆପଣ ଭାବୁଛନ୍ତି କି ଏଠି ଫ୍ରୀ ଘର ଏବଂ ଟଙ୍କା ନେଇ ଏଠି ନିଜର ଏକ ସମ୍ପତି କରିଦେବେ ଏବଂ ଯେତେବେଳେ ଇଚ୍ଛା ଏଠି ଆସି କିଛି ସମୟ ବିତାଇବେ ତେବେ ଏହିଭଳି ବିଲକୁଲ ନୁହେଁ । କାହିଁକି ନା ଏହି ଅଫର ସହିତ କିଛି ଶର୍ତ ବି ଅଛି । ଏହି ଶର୍ତ ଅନୁସାରେ ଏହି ଅଫର କୁ ଯିଏ ବି ନେବେ ସେମାନେ ଏହି ଗ୍ରାମରେ ହିଁ ରହିବେ । ଏବଂ ଏହା ସହିତ ସେମାନେ ଏଠି ରହି କୌଣସି କାମ କିମ୍ବା ବିଜନେସ ଆରମ୍ଭ କରିବାକୁ ହେବ । ଏହି ଅଫର କେବଳ ଯୁବକମାନଙ୍କ ପାଇଁ ଅଟେ ।

କାହିଁକି ଆରମ୍ଭ କରାଗଲା ଏହି ଅଫର

ଏହି ଗ୍ରାମର ମେୟର ନିକୋଲା ଗଟ୍ଟାଙ୍କୁ ଏହା ଡର ଅଛି କି ଏହି ଗ୍ରାମ ଖାଲି ଥିବାରୁ ଏହି ଗ୍ରାମ ଭୁତମାନଙ୍କର ବାସସ୍ଥାନ ନ ହୋଇଯାଉ । ସେଥିପାଇଁ ସେ ଏହି ଅଫରକୁ ଆରମ୍ଭ କରିଛନ୍ତି । କହିବାକୁ ଗଲେ ଏହି ଗ୍ରାମରେ ରହୁଥିବା ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ କମ ହେବାର ଲାଗିଛି । ଏବଂ ଗ୍ରାମ ପୁରା ସୁନସାନ ହୋଇ ଯାଉଛି । ଗ୍ରାମର ଜନସଂଖ୍ୟାକୁ ବଢାଇବା ପାଇଁ ମେୟର ଏହି ନିଷ୍ପତି ନେଇଛନ୍ତି ।

କାହିଁକି ସୁନସାନ ହେଉଛି ଗ୍ରାମ

୨୫ ବର୍ଷ ପୂର୍ବେ ଏହି ଗ୍ରାମର ରହୁଥିବା ଲୋକମାନଙ୍କର ସଂଖ୍ୟା ପାଖାପାଖି ୮ ହଜାର ଥିଲା । ଯାହା ବର୍ତ୍ତମାନ ୨୫୦୦ ପର୍ଯ୍ୟନ୍ତ ହୋଇ ଯାଇଅଛି । କହିବାକୁ ଗଲେ ଏହି ଗ୍ରାମରେ କୌଣସି ରୋଜଗାରର ସାଧନ ନାହିଁ । ସେଥିପାଇଁ ଗ୍ରାମର ପ୍ରାୟତଃ ଯୁବକମାନେ ଏହି ଗ୍ରାମକୁ ଛାଡି ସହରକୁ ଯାଉଛନ୍ତି । ଏବଂ ବର୍ତ୍ତମାନ ଯେଉଁମାନେ ଏହି ଗ୍ରାମରେ ଅଛନ୍ତି ସେମାନେ ପ୍ରାୟତଃ ବୟସ୍କ ବ୍ୟକ୍ତି ଅଟନ୍ତି । ସେଥିପାଇଁ ଏହି ଅଫର କେବଳ ଯୁବକ ମାନଙ୍କ ପାଇଁ ରଖା ଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button