ନୀତି

୫ ଥର ହୃଦଘାତର ଶିକାର ହେଲେ ବୃଦ୍ଧା; କାରଣ ଖୋଜି ପାଉନାହାନ୍ତି ଡାକ୍ତର – Utkal Mail


ନୂଆଦିଲ୍ଲୀ: ହୃଦଘାତ ହେଲେ ମଣିଷ ଜୀବନ ପ୍ରତି ଅନେକ ବିପଦ ରହିଥାଏ। ସମୟସମୟରେ ଏହା ମଣିଷର ଜୀବନ ବି ନେଇ ଯାଇଥାଏ। ଏହି ହୃଦଘାତକୁ ନେଇ ନିକଟରେ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ମୁମ୍ବାଇସ୍ଥିତ ମୁଲୁଣ୍ଡରେ ବସବାସ କରୁଥିବା ବୃଦ୍ଧା ୨୦୨୨ ସେପ୍ଟେମ୍ବର ମାସରେ ଟ୍ରେନରେ ଜୟପୁରରୁ ବୋରିଭଲି ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସେ  ପ୍ରଥମଥର ହୃଦଘାତର ଶିକାର ହୋଇଥିଲେ। ଏହାପରେ ୧୬ ମାସ ମଧ୍ୟରେ ବୃଦ୍ଧାଙ୍କ ଆଉ ୪ ଥର ହୃଦଘାତର ହୋଇଥିବା ଜଣାପଡ଼ିଛି।

ବୃଦ୍ଧାଙ୍କ ୫ଥର ହୃଦଘାତ ହେବାପରେ ଚିକିତ୍ସା କରୁଥିବା ଡାକ୍ତର ହସମୁଖ ରାୱତ କହିଛନ୍ତି, ‘ଆମେ ରୋଗୀଙ୍କ ଅନେକ ପରୀକ୍ଷା କରି ସାରିଲୁଣି। ତାଙ୍କ ହୃତପିଣ୍ଡରେ କେଉଁ ସମସ୍ୟା ହେତୁ ବାରମ୍ବାର ହୃଦଘାତ ହେଉଛି ତାହା ଏବେ ବି ରହସ୍ୟରେ ରହିଛି। ଜୁଲାଇ ମାସରୁ ଏଯାବତ ରୋଗୀଙ୍କ ୨ ଥର ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ବେଳେ ଗୋଟିଏ ଥର ବାଇପାସ୍‌ ସର୍ଜରୀ କରାଯାଇ ସାରିଲାଣି।

ବୃଦ୍ଧଙ୍କ ହୃଦପିଣ୍ଡରେ ୯୦% ବ୍ଲକେଜ ଯୋଗୁ ସେ ପ୍ରଥମଥର ହୃଦଘାତର ସମ୍ମୁଖୀନ ହୋଇଥିଲେ। ଏହାପରେ  ଡାହାଣ ଆଟରେରୀରେ ୯୯% ବ୍ଲକେଜ ଯୋଗୁ ଦୁଇଥର ବୃଦ୍ଧା ହୃଦଘାତର ଶିକାର ହୋଇଥିଲେ। ନିକଟରେ ପୁଣିଥରେ ଡିସେମ୍ବର ୧ ଓ ୨ ତାରିଖରେ ବୃଦ୍ଧା ହୃଦଘାତର ସମ୍ମୁଖୀନ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button