‘ତ୍ରୁଟିପୂର୍ଣ୍ଣ ମ୍ୟାନେଜମେଣ୍ଟ ପାଇଁ ମୋତେ କ୍ଷମା କରିଦେବେ, ଦର୍ଶକଙ୍କ ଟିକେଟ ଫି ଫେରାଇ ଦିଆଯିବ’ – Utkal Mail
ନୂଆଦିଲ୍ଲୀ: ଗତରବିବାର ରାତିରେ ଚେନ୍ନାଇସ୍ଥିତ ମରାକକୁମା ନେନଜାମ ନାମରେ ଏକ ମ୍ୟୁଜିକ କନସର୍ଟ ଅନୁଷ୍ଠିତ ହୋଇଥିଲା। ଏହି କନସର୍ଟକୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ଏଆର ରେହମାନ ଆସିବା ଶୁଣି ଲୋକେ ଏହି କନସର୍ଟକୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। କନସର୍ଟରେ ୪୫ ହଜାର ଦର୍ଶକଥିବା ବେଳେ ବାହାରେ ଦର୍ଶକଙ୍କ ଅସମ୍ଭାଳ ଭିଡ଼ ରହିଥିଲା। ଏହି ଭିଡିରେ ସାମିଲ ଥିବା ଦର୍ଶକଙ୍କ ପାଖରେ ବୈଧ ଟିକେଟ ବି ରହିଥିଲା କିନ୍ତୁ ସେମାନଙ୍କୁ କନସର୍ଟ ଭିତରେ ପଶିବାକୁ ଅନୁମତି ଦିଆଯାଇ ନଥିଲା। ଏମିତି କି ଭିଡ଼ରେ ଅନେକ ଦର୍ଶକ ଆହତ ବି ହୋଇଥିବା ସୂଚନା ରହିଛି। ତେବେ ଏହି ଦର୍ଶକଙ୍କ ପାଖରେ ଥିବା ଟିକେଟର ମୂଲ୍ୟ ୫ ହଜାର ଟଙ୍କା ଥିବା କୁହାଯାଉଛି।
Dearest Chennai Makkale, those of you who purchased tickets and weren’t able to enter owing to unfortunate circumstances, please do share a copy of your ticket purchase to arr4chennai@btos.in along with your grievances. Our team will respond asap🙏@BToSproductions @actcevents
— A.R.Rahman (@arrahman) September 11, 2023
ଏହି ଘଟଣାକୁ ନେଇ ଟୁଇଟ କରିଛନ୍ତି କଣ୍ଠଶିଳ୍ପୀ ଏଆର ରେହମାନ। କଣ୍ଠଶିଳ୍ପୀ ଟୁଇଟ କରି କହିଛନ୍ତି, ‘ମୋର ପ୍ରିୟ ଚେନ୍ନାଇବାସୀ ଆପଣଙ୍କ ସହିତ ଘଟିଥିବା ଘଟଣା ପାଇଁ ମୁଁ ଦୁଃଖୀତ। ଇଭେଣ୍ଟର ତ୍ରୁଟିପୂର୍ଣ୍ଣ ମ୍ୟାନେଜମେଣ୍ଟ ପାଇଁ ମୋତେ କ୍ଷମା କରିଦେବେ। ଯେଉଁ ଦର୍ଶକମାନେ ସୋ’ ଦେଖି ପାରି ନାହାନ୍ତି। ସେମାନଙ୍କ ଟିକେଟ ଫିକୁ ଫେରାଇ ଦିଆଯିବ।
ଏଥିପାଇଁ ଦର୍ଶକଙ୍କୁ ଟିକେଟର କପି [email protected]ରେ ଦେବାସହ ଅଭିଯୋଗ ବି କରି ପାରିବେ। ଆମର ଟିମ ସକ୍ରିୟ ଅଛି। ଟିମ ତତକ୍ଷଣାତ ଆପଣଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିବେ।’