ବ୍ୟବସାୟ

Pure eV ଲଞ୍ଚ କଲା ନୂଆ ePluto 7G Max ଇଲେକ୍ଟ୍ରିକ୍‌ ସ୍କୁଟର, ମିଳିବ ୨୦୧ କିମିର ରେଞ୍ଜ – Utkal Mail


ଏହି ନୂଆ ଇଲେକ୍ଟ୍ରିକ୍‌ ସ୍କୁଟରରେ ହିଲଷ୍ଟାର୍ଟ ଆସିଷ୍ଟ, ଡାଉନହିଲ୍ ଆସିଷ୍ଟ, କୋଷ୍ଟିଂ ରିଜେନ୍ ଏବଂ ରିଭର୍ସ ମୋଡ୍ ଭଳି ଫିଚର ରହିଛି । ଏଥିପାଇଁ ସମଗ୍ର ଭାରତରେ ଏହାର ବୁକିଂ ଆରମ୍ଭ ହୋଇଛି ଏବଂ ଆଗାମୀ ଫେଷ୍ଟିଭ୍‌ ସିଜନ୍‌ରେ ଏହାର ଡେଲିଭରୀ ଆରମ୍ଭ ହେବ ।

୨୦୧ କିଲୋମିଟର ପ୍ରତି ଚାର୍ଜ ରେଞ୍ଜରେ Pure eV ଏକ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର ePluto 7G Max ଲଞ୍ଚ କରିଛି । ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୧.୧୪ ଲକ୍ଷ ଟଙ୍କା ରଖାଯାଇଛି । ଏହି ନୂଆ ଇଲେକ୍ଟ୍ରିକ୍‌ ସ୍କୁଟରରେ ହିଲଷ୍ଟାର୍ଟ ଆସିଷ୍ଟ, ଡାଉନହିଲ୍ ଆସିଷ୍ଟ, କୋଷ୍ଟିଂ ରିଜେନ୍ ଏବଂ ରିଭର୍ସ ମୋଡ୍ ଭଳି ଫିଚର ରହିଛି । ଏଥିପାଇଁ ସମଗ୍ର ଭାରତରେ ଏହାର ବୁକିଂ ଆରମ୍ଭ ହୋଇଛି ଏବଂ ଆଗାମୀ ଫେଷ୍ଟିଭ୍‌ ସିଜନ୍‌ରେ ଏହାର ଡେଲିଭରୀ ଆରମ୍ଭ ହେବ । ଏହି ସ୍କୁଟର ଚାରୋଟି କଲରରେ ମିଳୁଛି ଯେଉଁଥିରେ ମ୍ୟାଟ୍ ବ୍ଲାକ୍‌, ରେଡ୍‌, ଗ୍ରେ ଏବଂ ହ୍ଵାଇଟ୍‌ ସାମିଲ ଅଛି ।

ପାୱାର୍ ଟ୍ରେନ୍:
ଏହି ମଡେଲ୍‌ ସ୍ମାର୍ଟ BMS ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ AIS-156 ପ୍ରମାଣିତ ଯେଉଁଥିରେ 3.5kWh ହେଭି-ଡ୍ୟୁଟି ବ୍ୟାଟେରୀ ସହିତ ଆସିଥାଏ । ଏହାର ମୋଟରର ସର୍ବାଧିକ ପାଓ୍ଵାର ହେଉଛି 2.4 KW । ଏଥିରେ ଏକ CAN- ସପୋର୍ଟ ଚାର୍ଜର ଅଛି ଏବଂ ତିନୋଟି ଭିନ୍ନ ଡ୍ରାଇଭିଂ ମୋଡ୍ ଦେଇଥାଏ । ePluto 7G MAX ସାତୋଟି ଭିନ୍ନ ଭିନ୍ନ ମାଇକ୍ରୋ କଣ୍ଟ୍ରୋଲର୍ ଏବଂ ଏକାଧିକ ସେନ୍ସର ସହିତ ତିଆରି ହୋଇଛି ।

Pure eVର କୋ ଫାଉଣ୍ଡର ତଥା ସିଇଓ ରୋହିତ ଭଡେରା କହିଛନ୍ତି, ଏହି ମଡେଲ ସେହି ଗ୍ରାହକଙ୍କ ପାଇଁ, ଯେଉଁମାନେ ପ୍ରତିଦିନ ପ୍ରାୟ ୧୦୦ କିଲୋମିଟର ଦୂରତା ଅତିକ୍ରମ କରନ୍ତି ଏବଂ ବାରମ୍ବାର ଚାର୍ଜିଂର ଅସୁବିଧାର ସମ୍ମୁଖୀନ ହେବାକୁ ଚାହାଁନ୍ତି ନାହିଁ।

ପାୱାରଟ୍ରେନ୍ କ୍ଷମତାର ଉନ୍ନତି ବିଷୟରେ ରୋହିତ ଭଡେରା କହିଛନ୍ତି, “ବ୍ରେକିଂ ଡିସଷ୍ଟାନ୍ସ , ବ୍ରେକିଂ ଟାଇମ୍‌, ରୋଲିଂ ହ୍ଵିଲ୍ର ସ୍ପିଡ୍‌ଏବଂ ବ୍ରେକିଂ ଫୋର୍ସ ମାମଲାରେ ବ୍ରେକିଂ ଅନୁଭବକୁ ଯଥେଷ୍ଟ ଉନ୍ନତ କରାଯାଇଛି , ଯାହା ଫଳରେ ଫ୍ରଣ୍ଟ ଏବଂ ରିୟର ବ୍ରେକ୍ ଲାଇଫ ସାଇକେଲରେ ୩୦% ବୃଦ୍ଧି ଘଟିଛି ।


Related Articles

Leave a Reply

Your email address will not be published. Required fields are marked *

Back to top button