ଦେଶ ବିଦେଶ

ବିମାନକୁ ବୋମାରେ ଉଡାଇବାକୁ ଧମକ

ମାଜ ଡିଜିଟାଲ ଡେସ୍କ: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଛି। ଏହାକୁ ନେଇ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଧମକ ମିଳିବା ପରେ ମଝି ଆକାଶରେ ବିମାନଟିକୁ ଦିଲ୍ଲୀ ଅଭିମୁଖେ ଡାଇଭର୍ଟ କରାଯାଇଛି। ଆଇଜି ବିମାନ ବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି।

ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ବର୍ତ୍ତମାନ ବିମାନଟିକୁ ଯାଞ୍ଚ କରାଯାଉଛି। କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ବେଳେ ଧମକକୁ ଗୁରୁତ୍ୱ ଦେଇ ଛାନଭିନ ଚାଲିଛି। ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button