କ୍ରାଇମ

ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଲେ ଟ୍ରେନ୍‌ରେ ମହିଳା ପୁଲିସଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ – Utkal Mail


ଲକ୍ଷ୍ନୌ: ଗତ ମାସରେ ଉତ୍ତର ପ୍ରଦେଶରେ ଚଳନ୍ତା ଟ୍ରେନ୍‌ରେ ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ପରେ ଧରିବା ପାଇଁ ଚଢ଼ଉ କରାଯିବା ବ‌େଳେ ‘ଏନ୍‌କାଉଣ୍ଟର୍‌’ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଆଜି ପୁଲିସ କହିଛି।

ଏନ୍‌କାଉଣ୍ଟର୍‌ରେ ତାଙ୍କର ୨ଜଣ ସହଯୋଗୀ ଆହତ ହୋଇ ଗିରଫ ହୋଇଥିବା କଥା ମଧ୍ୟ ପୁଲିସ କହିଛି।

ଅଗଷ୍ଟ ୩୦ ତାରିଖରେ ଅଯୋଧ୍ୟା ନିକଟରେ ସରଯୂ ଏକ୍ସପ୍ରେସ୍‌ ଭିତରେ ଉକ୍ତ ମହିଳା କନେଷ୍ଟବଳଙ୍କୁ ରକ୍ତାକ୍ତ ହୋଇ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିଲା। ସମ୍ପ୍ରତି ସେ ଲକ୍ଷ୍ନୌସ୍ଥିତ ଏକ ଡାକ୍ତଖାନାରେ ଚିକିତ୍ସାଧୀନା ଅଛନ୍ତି। କେଉଁ କାରଣରୁ ‘ସିଟ୍‌’ ପାଇଁ ମହିଳା କନେଷ୍ଟବଳ ଓ ଅଭିଯୁଙ୍କ ମଧ୍ୟରେ ମାଡ଼ଗୋଳ ହେଲା ତାହା ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି।

Ayodhya
Image Courtesy of India Today

ପୁଲିସ କହିଛି, ଏହି ଆକ୍ରମଣର ପ୍ରଧାନ ଅଭିଯୁକ୍ତ ଆନୀସ୍‌ ଖାଁ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିଲା। ପୁଲିସ ତାଙ୍କୁ ଗିରଫ କରି ଡାକ୍ତରଖାନା ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଆହତ ହୋଇଥିବା ତାଙ୍କର ଆଉ ୨ଜଣ ସହଯୋଗୀ- ଆଜାଦ ଓ ବିଶ୍ବମ୍ଭର ଦୟାଲା ଗିରଫ ହୋଇଛନ୍ତି।

ଅଯୋଧ୍ୟାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜ କରଣ ନାୟାର୍‌ କହିଛନ୍ତି, ଚଢ଼ଉ ବେଳେ ଅପରାଧୀମାନେ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଲା। ଅଯୋଧ୍ୟା ପୁଲିସ ଓ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏହି ଚଢ଼ଉ କରିଥିଲା। ଏନ୍‌କାଉଣ୍ଟର୍‌ରେ କାଲାନ୍ଦର ଥାନାର ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button