ଓଡିଶା

ହଷ୍ଟେଲ ଛାଡି ୮ କିମି ଚାଲି ପଳାଇଲେ ୫ ଛାତ୍ର, ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର : ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ । ହଷ୍ଟେଲ ଛାଡି ୮ କିଲୋମିଟର ଚାଲି ଚାଲି ପଳାଇଲେ ୫ ଛାତ୍ର । ନବରଙ୍ଗପୁର ବ୍ଲକ ତାରାଗାଁ ନୋଡାଲ ସରକାରି ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଏଭଳି ଅଭିଯୋଗ ହୋଇଛି । ହଷ୍ଟେଲରେ ପିଅନଙ୍କ ଗାଳିଗୁଲଜ ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ ଛାତ୍ର ।

ଘରକୁ ରାସ୍ତା ଜଣାନଥିଲେ ବି ୮ କିଲୋମିଟର ଚାଲି ଚାଲି ପଳାଇଥିଲେ । ଭୁଲ୍ ରାସ୍ତାରେ ଯାଇ ପାପଡାହାଣ୍ଡି ବ୍ଲକ ଚିଙ୍ଗଡଶ୍ବର ରାସ୍ତା ନିକଟରେ ପହଂଚିଥିଲେ । ସେଠାରେ ଗ୍ରାମବାସୀ ଦେଖି ପୋଲିସ ଓ ବିଦ୍ୟାଳୟକୁ ଖବର ଦେଇଥିଲେ ।

ପରେ ଘଟଣାସ୍ଥଳରେ ପହଂଚି ପିଲାଙ୍କୁ ଉଦ୍ଧାର କରିଥିଲେ ଶିକ୍ଷୟିତ୍ରୀ । ଏହାପରେ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି । ବିଦ୍ୟାଳୟର ପିଅନ ସବୁଦିନ ପିଲାଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button