ଦେଶ ବିଦେଶ

ଘୋଷଣା ହେଲା କଂଗ୍ରେସ କାର୍ଯ୍ୟକାରୀ କମିଟି, ଏସବୁ ନେତା ହେଲେ ସାମିଲ – Utkal Mail


ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଟିମ ପ୍ରସ୍ତୁତ କରିଛି। କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ତାଲିକା ପ୍ରକାଶ ପାଇଛି ଯେଉଁଥିରେ ମୋଟ ୩୯ ଜଣଙ୍କୁ ସାମିଲ କରାଯାଇଛି। ତେବେ ପୁରୁଣା କମିଟି ଅପେକ୍ଷା ଏହି ନୂତନ କମିଟିରେ ଅଧିକ ପରିବର୍ତ୍ତନ କରାଯାଇ ନାହିଁ। ତାଲିକା ପ୍ରକାଶ କରିବା ପୂର୍ବରୁ ଗତ କିଛି ମାସ ଧରି ଅନେକ ବୈଠକ ହୋଇଥିଲା |

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ଅନେକ ବୈଠକ କରିଥିଲେ। ସିଡବ୍ଲ୍ୟୁସିରେ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଅଧିର ରଂଜନ ଚୌଧୁରୀ, ଦିଗବିଜୟ ସିଂ, ଚରଣଜିତ ସିଂ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ ୩୯ ନେତା ଅଛନ୍ତି। ଏହା ବ୍ୟତୀତ ୩୨ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ୯ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଏନଏସୟୁଆଇ, ମହିଲା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ସିଡବ୍ଲ୍ୟୁସିରେ ସଚିନ ପାଇଲଟ, ଶଶି ଥରୁର, ଅଶୋକ ଚୌହାନ, ଦୀପକ ବାୱରିଆଙ୍କ ନାମ ନୂତନ ଭାବେ ପ୍ରକାଶ ପାଇଛି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାସ ମୁନସୀ ମଧ୍ୟ ସିଡବ୍ଲ୍ୟୁସିରେ ଅନ୍ତର୍ଭୁକ୍ତ ହୋଇଛନ୍ତି | ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଏବଂ ଅଳକା ଲାମ୍ବା ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button