ଜୀବନଶୈଳୀ

ଗୁପଚୁପ ଖାଇବା ପସନ୍ଦ କିଁ, ଆପଣଙ୍କୁ ହୋଇ ପାରେ କ୍ୟାନ୍ସର

ଲୋକଙ୍କ ପାଟିକୁ ବେଶ ସୁଆଦିଆ ଲାଗିଥାଏ ଗୁପଚୁପ । କିନ୍ତୁ ଏହାକୁ ନେଇ ଏବେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଗୁପଚୁପ ଖାଇବା ବନ୍ଦ କରିଦେବେ । କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ସୂଚନା ରହିଛି ଯେ ସାରା ଦେଶରେ ବିକ୍ରି ହେଉଥିବା ଗୁପଚୁପ ଶରୀର ପାଇଁ ଆଦୌ ଭଲ ନୁହେଁ।

ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ପ୍ରାୟ ୨୨ ପ୍ରତିଶତ ନମୁନା ଗୁଣାତ୍ମକ ମାନ ପୂରଣ କରୁନାହିଁ। ସାରା ରାଜ୍ୟରୁ ସଂଗୃହିତ ୨୬୦ ନମୁନା ମଧ୍ୟରୁ ୪୧ ଟି ଅସୁରକ୍ଷିତ ବୋଲି ଜଣାପଡିଛି କାରଣ ଏଥିରେ କୃତ୍ରିମ ରଙ୍ଗ ରହୁଛି । ଯେଉଁଥିରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ରହିଛି | ଏହା ସହିତ, ଅନ୍ୟ ୧୮ ଟି ନମୁନାର ଗୁଣବତ୍ତା ଖରାପ ବୋଲି ଜଣାପଡିଛି, ଯାହା ବ୍ୟବହାର ପାଇଁ ଅନୁପଯୁକ୍ତ | ତେଣୁ ଏହାକୁ ବେଶି ଖାଇବା ଦ୍ୱାରା କ୍ୟାନ୍ସର ବି ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି ।

ମୁଖ୍ୟତଃ ଗୁପଚୁପ୍ ପାଣି ତଥା ସସ୍‌ରେ ବ୍ୟବହୃତ ହେଉଥିବା କୁତ୍ରିମ ରଙ୍ଗ ଏଥିପାଇଁ ଦାୟୀ । କର୍ଣ୍ଣାଟକାର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏହି ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଅଧିକ ଖାଇବା ଦ୍ୱାରା ଏହା କ୍ୟାନସର ପରି ମାରାତ୍ମକ ରୋଗକୁ ଡକରା ଦେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ତେଣୁ ଆପଣ ଯଦି ଗୁପଚୁପ ଖାଉଛନ୍ତି ସଚେତନ ହୋଇଯାଆନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button