ମରି ଗଲେବି ଏପରି ଭାବରେ ଲୁଗା ସଫା କରନ୍ତୁ ନାହିଁ , ହୋଇ ଯିବ ସର୍ବନାଶ

ବନ୍ଧୁଗଣ ଏହି ପରି ଆପଣ ବି କଣ ଲୁଗା ବା କପଡା ସଫା କରୁଛନ୍ତି କି? ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଜୀବନରେ ଏହି ପରି କେତେ କାର୍ଯ୍ୟ ଅଛି ଯାହାର ଶୁଭ ନଚେତ ଅଶୁଭ ଫଳ ମଣିଷର ଜୀବନ ଉପରେ ପଡିଥାଏ। ଆପଣ ଜାଣିଥିବେ ବାସ୍ତୁଶାସ୍ତ୍ର ଗୋଟେ ଏପରି ଶାସ୍ତ୍ର ଯେଉଁଥିରେ ଆପଣଙ୍କ ସହିତ ଘଟୁଥିବା ପ୍ରତ୍ୟକ ଘଟଣା କିମ୍ବା ସମସ୍ୟାର କାରଣ ରହିଥାଏ। ଏହା ସହିତ ଘର ମଧ୍ୟରେ ରହୁଥିବା ପ୍ରତ୍ୟକ ବସ୍ତୁ ଘରର ସ୍ଥିତି ଏବଂ ଘର ମଧ୍ୟରେ କରୁଥିବା ପ୍ରତ୍ୟକ କାର୍ଯ୍ୟର କିପରି ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ ତାହା ବି ମଧ୍ୟ ଭଲ ଭାବରେ ବର୍ଣ୍ଣିତ ରହିଅଛି। ଏହି ଶାସ୍ତ୍ରରେ ସେହିପରି ଆପଣ ଧାରଣ କରୁଥିବା କପଡା ଠାରୁ ଆରମ୍ଭ କରି ସେହି କପଡା ସଫା କିମ୍ବା ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ। ସୁଖ ଶାନ୍ତି ଭରା ଜୀବନକୁ କ୍ଷଣିକ ମଧ୍ୟରେ ବଦଳେଇ ଦେଇଥାଏ। ତେଣୁ କପଡା ସହିତ ମୁଖ୍ୟ କରି ସ୍ତ୍ରୀମାନେ କଦାପି ଏହିପରି ଭୁଲ କରନ୍ତୁ ନାହିଁ। ଯାହାର ଭୟଙ୍କର ପ୍ରଭାବ ଆପଣ କଦାପି ଭାବି ନଥିବେ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କପଡା ସହିତ ଜଡ଼ି ହୋଇ ରହିଥିବା କେତେକ ବାସ୍ତୁ କଥା। ଯାହାକୁ ସଠିକ ଭାବରେ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ ହୋଇଥାଏ। ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ପାଇଁ ବହୁତ ଭୟଙ୍କର ହୋଇପାରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ପ୍ରତ୍ୟକ ଘର ମଧ୍ୟରେ ମନୁଷ୍ୟର ସ୍ୱଚ୍ଛତା ରଖିବା ପାଇଁ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସମୟରେ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରିବା ଅନୁଚିତ ହୋଇଥାଏ। ବ୍ୟସ୍ଥବହୁଳ ଜୀବନରେ ଦିନ ସାରା କାମ କରି ରାତି କିମ୍ବା ସନ୍ଧ୍ୟା ସମୟରେ ପ୍ରତ୍ୟକ ଘରର ସ୍ତ୍ରୀ କିମ୍ବା ପୁରୁଷ ମାନେ ନିଜ ଘର ପରିବାରଙ୍କ କପଡା ବା ଧାରଣ କରିଥିବା ଲୁଗାକୁ ସଫା କରିଥାନ୍ତି। କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ। ରାତ୍ରୀ ବା ସନ୍ଧ୍ୟା ସମୟ ଏହି ଦୁଇଟି ସମୟ ନକରାତ୍ମାକ ପାୱାର ସ୍ୱଚ୍ଛ ସମୟ ହୋଇଥାଏ। ଏହି ସମୟରେ କଦାପି ବି ପିନ୍ଧିଥିବା ବସ୍ତ୍ରକୁ ବା ଲୁଗାକୁ ସଫା କରିବା ଅନୁଚିତ ହୋଇଥାଏ। ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ରହିଅଛି। ଏପରି କରିବା ଦ୍ୱାରା ଘରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି କରାଇବା ସହିତ ଘରର ଉନ୍ନତିର ଅନେକ ବାଧା ସୃଷ୍ଟି ହୋଇଥାଏ। ସଫା କରୁଥିବା ଲୁଗା ବସ୍ତ୍ର ଗୁଡିକୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ବି ସୁଖେଇବା ଅନୁଚିତ ହୋଇଥାଏ। ଏହା ଘରର ଆୟ ବା ଇନକମର ମାର୍ଗକୁ ବନ୍ଦ କରିଦିଏ। ତେଣୁ ସଫା ହୋଇଥିବା ଲୁଗା ବା ବସ୍ତ୍ରକୁ ଘରର ଛାତ ଉପରେ କଦାପି ସୁଖାନ୍ତୁ ନାହିଁ। ଏପରି କରିବା ଦ୍ୱାରା ମଧ୍ୟ ଘର ବାସ୍ତୁ ଉପରେ ଅନେକ ନକରାତ୍ମକ ପ୍ରଭାବ ପଡିବା ଦ୍ୱାରା ଘରର ବାସ୍ତୁକୁ ବି ମଧ୍ୟ ବିଗାଡ଼ିଥାଏ। ତେଣୁ ସର୍ବଦା ଘରର ଅଗଣା କିମ୍ବା ବାଡ଼ି ନଚେତ ଘର ଭିତରେ ଲୁଗା ସୁଖେଇବା ଆପଣଙ୍କ ପାଇଁ ଶୁଭଦାୟକ ହୋଇଥାଏ। ସପ୍ତାହର ବୃହଷ୍ପତି ବାର ବା ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ କରାଯାଇଅଛି। ଏହି ଗୁରୁବାର ହେଉଛି ମା ଲଷ୍ମୀଙ୍କର ଦିନ। ଏହି ଦିନ ଘର ମଧ୍ୟରେ ଲୁଗା ବା କପଡା ସଫା କରିବା ଘର ମଧ୍ୟରେ ମା ଲକ୍ଷ୍ମୀଙ୍କର ବାସ ଛଡାଇ ଦେବା ସହିତ ସମାନ ହୋଇଥାଏ। ତେଣୁ ଭଲକରି ମୁଖ୍ୟତଃ ସ୍ତ୍ରୀ ମାନଙ୍କ ପାଇଁ ଗୁରୁବାର ଦିନ କପଡା ବା ଲୁଗା ସଫା କରିବା ଅନୁଚିତ ହିଇଥାଏ।