ଦେଶ ବିଦେଶ

୧୩ଟି ଆଞ୍ଚଳିକ ଭାଷାରେ ହେବ ଏସଏସସି ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି) ନନ ଟେକ୍ସିକାଲ ଫିଲ୍ଡରେ ୧୩ଟି ଭାଷାରେ ମଲଟି ଟାସ୍କିଂ ପରୀକ୍ଷା କରିବାକୁ ଯାଉଛି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଉର୍ଦ୍ଦୁ, ତାମିଲ, ମାଲାୟଲମ, ତେଲୁଗୁ, କନ୍ନଡ, ଆସାମି, ବଙ୍ଗାଳି, ଗୁଜୁରାଟି, କଙ୍କନି, ମନିପୁରୀ, ମରାଠି, ଓଡିଆ ଓ ପଞ୍ଜାବି ଭାଷାକୁ ଏହି ପରୀକ୍ଷାରେ ସାମିଲ କରାଯାଇଛି। ୨୦୨୨ ଏସଏସସି ପରୀକ୍ଷାରେ ଏହି ସବୁ ଭାଷାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରିବେ।

ଏସଏସସି ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ବା ବିଭାଗରେ ଥିବା ଅଣଗେଜେଟେଡ  ବା ଗ୍ରୁପ ବି ଓ ଗ୍ରୁପ ସି ବା ନନଟେକ୍ନିକାଲ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକରଣ କରିଥାଏ। କିନ୍ତୁ ଏହି ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ ହେଉଥିବାରୁ ଆଞ୍ଚଳିକ ଭାଷାରେ ଅଧ୍ୟୟନ କରୁଥିବା ଆଶାୟୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥାନ୍ତି। ତେଣୁ ଆଶାୟୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଯେପରି ଭାଷା ଏକ ପ୍ରତିବନ୍ଧକ ନ ହୁଏ ସେଥିପାଇଁ ପ୍ରାଧାନମନ୍ତ୍ରୀଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ।

ସିଂହ କହିଛନ୍ତି କି, ଷ୍ଟାଫ ସିଲେକ୍ସନ ପରୀକ୍ଷା କେବଳ ହିନ୍ଦୀ ଓ ଇଂରାଜୀରେ ହେଉଥିବାରୁ  ଏହି ପଦକ୍ଷେପ ଦ୍ବାରା ଦକ୍ଷିଣ ଭାରତର ରାଜ୍ୟ ସମୁହ ସହ  ବିଭିନ୍ନ ରାଜ୍ୟରେ ଖାଲିପଡିଥିବା ପଦବୀ ପୂରଣ ହୋଇପାରିବ। ତେଣୁ ଏହି ପଦକ୍ଷେପକୁ କେନ୍ଦ୍ର ମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ କହିବା ସହ ଆଗାମୀ ଦିନରେ ସମ୍ବିଧାନରେ ସୂଚିବଦ୍ଧ ସମସ୍ତ ଭାଷାରେ ଏହି ପରୀକ୍ଷା କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button