ବିଚାର

ମଶାଠୁ ମୁକ୍ତି ପାଇବା ପାଇଁ 3ଟି ସହଜ ଉପାୟ, ବାସ ଥରେ ଏହାକୁ ଏବଂ ମଶାଠୁ ସବୁଦିନ ପାଇଁ ପାନ୍ତୁ ମୁକ୍ତି

ବନ୍ଧୁଗଣ ପ୍ରାୟତ ଘରେ ମୂଷା, ଝିଟିପିଟି, ଅସରପାକୁ ଦେଖିଲେ ଲୋକେ ଭୟ କରିଥାନ୍ତି । କିନ୍ତୁ ଏମାନଙ୍କ ଠାରୁ ସବୁଠାରୁ ଖତରନାକ ହେଉଛନ୍ତି ମଶା । ମଶା କାମୁଡିବା ଦ୍ଵାରା ହେଉଥିବା ରୋଗ କାରଣରୁ ଦୁନିଆରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ମସାକୁ ଛାଡିଦେଲେ ଅନ୍ୟ କେହି ଜୀବ ନାହାନ୍ତି ଯାହାଙ୍କ ଦ୍ଵାରା ଲୋକେ ରୋଗରେ ବା ମୃତ୍ୟୁରେ ପଡିଥାନ୍ତି । ଏଥିପାଇଁ ମଶାକୁ ଦୁନିଆର ମୃତ୍ୟୁ ମୁଖରେ ପକାଉଥିବା ମାରଣାତ୍ମକ ଜୀବ ବୋଲି କୁହାଯାଏ ।

ଆଜି ଆମେ ଆପଣଙ୍କୁ ମଶା ଠାରୁ ମୁକ୍ତି ପାଇବାକୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ୧- ମଶା ମାରିବା ପାଇଁ ପ୍ରଥମ ଉପାୟଟି ହେଉଛି ତେଜେପତ୍ର, ନିମତେଲ ଓ କର୍ପୁର । ନିମଟେଲରୁ ଆଣ୍ଟି ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ ମସାଙ୍କୁ ବାହାର କରିବା ସହ ମୁହଁରେ ହେଉଥିବା ବ୍ରଣ, କାଛୁ କୁଣ୍ଡିଆ ଭଳି ରୋଗକୁ  ଭଲ କରିବାରେ ସାହାଜ୍ଯ କରେ । ଗୋଟିଏ ପାତ୍ରରେ ୧୦୦ ମିଲିଲିଟର ନିମତେଲରେ ବଡ ଚାମଚ ତେଲ, ଜଳଉଥିବା କପୁର ହଗୁଣ୍ଡ ମିଶାଇ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରି ରଖନ୍ତୁ ।

୨ରୁ ୩ଟି ତେଜପତ୍ର , କର୍ପୁର ଓ ନିମତେଲର ମିଶ୍ରଣରେ ଲଗାଇ ତାହାକୁ ଘରେ ମାସ ହେଉଥିବା ଘରେ ଜଳାଇ ଦେବେ । ଏହାର ଧୂଆଁରେ ମଶା ୧୦ରୁ ୧୫ ମିନିଟ ଭିତରେ ବାହାରିଯାଏ । ତେଜପତ୍ର ସହ କର୍ପୁର ଓ ନିମତେଲ ଜଳାଇଲେ ଭଲ ନିଦ ମଧ୍ୟ ହୋଇଥାଏ ଓ ମଶା ମାନଙ୍କ ଠାରୁ ରକ୍ଷା ମିଳିଥାଏ । ଏହା ସହ ମନ ସାନ୍ତ ରହିଥାଏ । ଏହାର ଧୂଆଁ ମାଇଗ୍ରେନ, ଆସ୍ଥାମା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଏହାକୁ ସୁଗନ୍ଧିତ କରିବା ପାଇଁ ନିମ ତେଲ ସହ ପିପର ମେଣ୍ଟ ତେଲ ମିଶାଇ ପାରିବେ ।

୨- ଦ୍ଵିତୀୟ ଉପାଟି ହେଉଛି ନିମତେଲ ଓ କର୍ପୁରର ମିଶ୍ରଣ ତେଲକୁ ଦୀପ ଜାଲି ରାତି ସାରା ଆପଣଙ୍କ ବିଛଣା ପାଖରେ ରଖିପାରିବେ । ଏହା କରିବା ଦ୍ଵାରା ବିଛଣା ର ଆଖପାଖରେ ନିମ ଓ କର୍ପୁର ରୁ ବାହାରୁଥିବା ଧୂଆଁ ବାହରି ଚାରି ଆଡେ ପ୍ରକାଶିତ ହେବ । ଏହା ଦ୍ଵାରା ମଶା ପାଖକୁ ଆସିବ ନାହିଁ । ଯଦି ବାରମ୍ବାର ଦୀପ ଜଳାଇ ପାରିବେ ନାହାଇ ତେବେ ଛୋଟ କାଚ ବୋତଲ ରଖନ୍ତୁ ।

୩- ତୃତୀୟ ଉପାୟ ଟି ହେଉଛି ଦୀପର ପ୍ରଭାବ କେବା ଗୋଟିଏ ଛୋଟିଆ ଜାଗା ବା ବିଛଣାର ଆଖପାଖରେ ସିମିତି ଥାଏ । ବଡ ଜାଗା ପାଇଁ ଆପଣ ଅଏଲ ବର୍ଣ୍ଣର ବ୍ୟବହାର କରିପାରିବେ । ସାଧାରଣତ ଅଏଲ ବର୍ଣ୍ଣର ତଳେ ମହମବତୀକୁ ଜଳାଇ ଦିଆଯାଏ । ମହମବତୀ ଜାଗାରେ ନିମ ତେଲ ବା ଚିମିଣି ବ୍ୟବହାର କରିବେ ଦୀପ ରେ ଏହା ବହୁତ ଲାଭଦାୟକ ଅଟେ ।

ଏହା ବଡ ଜାଗାରେ ପ୍ରଭାବ ପାଇପାରେ । ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ତେବେ ନଡିଆ ତେଲ, ନିମତେଲ, ପିପର ମେଣ୍ଟ ତେଲ, ଲବଙ୍ଗ ତେଲ, ନିଳଗିରି ର ତେଲକୁ ମିଶ୍ରଣ କରି ଲୋଶନ କରି ଦେହରେ ଲଗାଇଲେ ମଶା କାମୁଡିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button