ନିଃସ୍ୱାର୍ଥ ସେବା ସଂଗଠନର ପ୍ରଥମ ବାର୍ଷିକ ଉର୍ତ୍ସବ
ଟାଙ୍ଗୀ-ଚୌଦ୍ୱାର ୨୯/୮/୨୨-ଚୌଦ୍ୱାରର ଅଗ୍ରଣୀ ସ୍ୱେଛା ସେବି ସଂଗଠନ ନିସ୍ୱାର୍ଥ ସେବା ସଂଗଠନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ଆଗ୍ରାହାଟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ନିସ୍ୱାର୍ଥ ପରିବାର ପକ୍ଷରୁ କାର୍ଯ୍ୟକ୍ରମରେ ୫ ଦିନ ବ୍ୟାପି କରାଯିବାକୁ ଥିବା ଭୌତିକ ଚିକିତ୍ସା ଶିବିରର ଉଦ୍ଘାଟନ କରାଯାଇଥିଲା । ଏହି ବର୍ଷିକ ଉର୍ତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ଼ . ସ୍ୟମାମଣୀ ଦେବୀ ଯୋଗ ଦେଇଥିଲେ । ପରେ ଏକ ରଙ୍ଗାରଙ୍ଗ ପରିବେଶ ଭିତରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦଘାଟକ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ , ମୁଖ୍ୟ ବକ୍ତା ବିଜୟଲକ୍ଷ୍ମୀ ମହାପାତ୍ର, ଅତିଥିଭାବେ ଏଗାର ନମ୍ବର ଜୋନ ଜିଲ୍ଲା ପରିଷଦ ଜ୍ୟୋତ୍ସ୍ନା ରାଣୀ ସୁବୁଧିରାୟ , ଶୁଚିସ୍ମିତା ପୃଷ୍ଟି , ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ , ପ୍ରୋମଦିନି ଖଟୁଆ , ଉତ୍କଳ ଇଣ୍ଟରନ୍ୟାନସନାଲ ପ୍ରତିଷ୍ଠାତା ଗଣେଶ ଚନ୍ଦ୍ର ବେହେରା , ଆଇନଜୀବି କୈଳାସ ଚନ୍ଦ୍ର ସାହାଣୀ ପ୍ରମୁଖ ଜନ୍ମବାର୍ଷିକ ଉର୍ତ୍ସବରେ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସ୍ୱର୍ଗତ ଆଦିତ୍ୟ ଦାସଙ୍କ ଧର୍ମପତ୍ନୀ ବିଦ୍ୟାଶ୍ରୀ ଦାସ, ଚୌଦ୍ୱାରର ଏକମାତ୍ର ଭିନ୍ନକ୍ଷମ ମହିଳା ହକର ରିନା ଭୂୟାଁ ଏବଂ ସମାଜସେବୀ ପ୍ରମିଳା ସିଂ ଓ ଚୌଦ୍ୱାରର ଭିନ୍ନକ୍ଷମ ପରିବା ବ୍ୟବସାୟୀ ସନ୍ତୋଷ କୁମାର ସାହୁ, ସମାଜସେବୀ ସହଦ୍ୱେ ବରାଳ ପ୍ରମୁଖଙ୍କ ସହ ସ୍ଥାନୀୟ ଅଂଚଳର ସମାଜସେବୀ , ସାମ୍ୱାଦିକ , ସାହିତ୍ୟକ ଓ ସ୍ୱେଛାସ୍ୱେୀ ଅନୁଷ୍ଠାନ ଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଜନମବାର୍ଷିକ ଅବସରରେ ହରିହର ଯୁବ ପରିଷଦ ଆଗ୍ରାହାଟ ଠାରେ ଶୁକ୍ରବାର ୨୬ ତାରିଖ ଠାରୁ ୩୦ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଫିଜିଓଥେରାପି ଭୌତିକ ଚିକିତ୍ସା ଶିବିରରେ ନିଃଶୁଳ୍କ ଯୋଗଦେବା ପାଇଁ ନିସ୍ୱାର୍ଥ ସେବା ସଂଗଠନର ସଭାପତି ଜନ୍ମଜୟ ନାୟକ ନିବେଦନ କରିଥିଲେ । ଉପଦେଷ୍ଟା ତ୍ରିଲୋଚନ ସାହୁ ସଭା ପରିଚାଳନା କରିଥିଲେ । ସଦସ୍ୟା ଶ୍ରାବଣୀ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ ।ସଭା ଶେଷରେ ସଂଗଠନର ସମ୍ପାଦକ ବୀରେନ୍ଦ୍ର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।