ଦେଶ ବିଦେଶ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ସୁଡ଼ଙ୍ଗ ଭୁଶୁଡ଼ିଲା: ଜଣେ ମୃତ, ୪ ଶ୍ରମିକ ଆହତ

କୋଟା: ରାଜସ୍ଥାନର କୋଟାରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମୁକୁନ୍ଦରା ହିଲ୍ସ ନିକଟରେ ନିର୍ମାଣ କରାଯାଉଥିବା ୮ ଲେନ୍ ବିଶିଷ୍ଟ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ କାଦୁଅ ମଧ୍ୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଛନ୍ତି। ରାତି ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି । ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ୪ ଜଣ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯିବାରୁ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିଛି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟ ଶମଶେର ସିଂହଙ୍କ ଘର ଡେରାଡୁନରେ ବୋଲି ଜଣାପଡ଼ିଛି। ମୋଦକ ଥାନା ଅଧିକାରୀ ଯୋଗେଶ କୁମାର ଶର୍ମା କହିଛନ୍ତି ଯେ ଖବର ପାଇବା ମାତ୍ରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ଦିଲ୍ଲୀର ବିଲ୍ଡକନ୍ କମ୍ପାନି ପକ୍ଷରୁ ଏହି ଟନେଲ ନିର୍ମାଣ କରାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆହତ ଶ୍ରମିକ ମୋନୁ ଅଭିଯୋଗ କରିଛନ୍ତି ଯେ କାମ ସମୟରେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଦିଆଯାଇନଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button