ମନୋରଞ୍ଜନ

TV ସିରିଏଲ ‘Radha Krishna’ ରେ ରାଧାଙ୍କ ଅଭିନୟ କରିଥିବା ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହିଁ ଗ୍ଲାମରସ, ଥରେ ଦେଖିଲେ ନଜର ହଟିବନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ଧାରାବାହିକ ପ୍ରଚଳିତ ହେଉଛି ଏବଂ ଦର୍ଶକ ମାନେ ଟିଭି ଧାରାବାହିକ କୁ ଅତ୍ୟନ୍ତ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ବନ୍ଧୁଗଣ ସେହି ଧାରାବାହିକ ଗୁଡ଼ିକ ମଧ୍ୟରୁ ଷ୍ଟାର ଭାରତ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ ଅନ୍ୟତମ ଅଟେ। ଏହି ଧାରାବାହିକ ପ୍ରାୟତଃ ଦର୍ଶକଙ୍କ ମନ ପସନ୍ଦର ଧାରାବାହିକ ହୋଇଯାଇଛି। ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ନିଜ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।କିନ୍ତୁ ବନ୍ଧୁଗଣ ଏଥିରେ ରାଧାଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି।

ରାଧାଙ୍କ ମନରେ ଥିବା କୃଷ୍ଣ ଙ୍କ ପ୍ରତି ପ୍ରେମ କୁ ସେ ନିଜ ଅଭିନୟ ମାଧ୍ୟମରେ ଖୁବ ସୁନ୍ଦର ଭାବେ ପ୍ରସ୍ଥାପନ କରିଛନ୍ତି। କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫ ରେ କିପରି ଦେଖାଯାନ୍ତି ଏବଂ କଣ କରନ୍ତି। ତେବେ ଆସନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜଣାଇବା।

ବନ୍ଧୁଗଣ ରାଧାକୃଷ୍ଣ ଧାରାବାହିକ ରେ ରାଧା ଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜଣଙ୍କର ରିଅଲ ନାଁ ହେଉଛି ମଲିକା ସିଂ। ଏହି ଅଭିନେତ୍ରୀ ଜଣକ ୧୫ ସେପ୍ଟେମ୍ବର ୨୦୦୦ ମସିହାରେ ଜାମ୍ମୁ କାଶ୍ମୀର ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପାଠ ପଢ଼ା ଜାମ୍ମୁ ର ସେଭେନ ସ୍କୱେଆର ଏକାଡେମୀ ରେ ହୋଇଥିଲା।

ବନ୍ଧୁଗଣ ଯଦି ଏହି ଅଭିନେତ୍ରୀ ଙ୍କ ଷ୍ଟ୍ରଗଲ କଥା ଯଦି କୁହାଯିବ,ତେବେ ଏହି ଅଭିନେତ୍ରୀ ଙ୍କୁ ଅଭିନୟ ରେ କୌଣସି ପ୍ରକାର ଇଣ୍ଟେରେଷ୍ଟ ନଥିଲା। କିନ୍ତୁ ଯେବେ ଏହି ଅଭିନେତ୍ରୀ ଜାମ୍ମୁ ରୁ ମୁମ୍ବାଇ ନିଜ ମାଉସୀ ଙ୍କ ଘରକୁ ଆସିଥିଲେ ସେବେ ସିରିଆଲ ରାଧାକୃଷ୍ଣ ର ଅଡିସନ ଚାଲିଥିଲା ଏବଂ ଏହା ଦେଖି ତାଙ୍କ ମାଆ ତାଙ୍କୁ କହିଥିଲେ ଏହି ଅଡିସନ ରେ ଭାଗ ନେବା ପାଇଁ ।

ପ୍ରଥମେ ଏହି ଅଭିନେତ୍ରୀ ଜଣକ ମନା କରି ଦେଇଥିଲେ କିନ୍ତୁ ପରେ ସେ ଅଡିସନ ଦେଇଥିଲେ।ସେହି ସମୟରେ ସେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ। ଅଡିସନ ର ପ୍ରାୟ ଦେଢ଼ ବର୍ଷ ପରେ ଏହି ଅଭିନେତ୍ରୀ ଙ୍କୁ ସିରିଆଲ ରାଧାକୃଷ୍ଣ ର ପ୍ରଡ୍ୟୁସର ଙ୍କ ଫୋନ ଆସିଥିଲା ଏବଂ ସେ ସିଲେକ୍ଟ ହୋଇଥିଲେ ।

ତେବେ ଅଭିନେତ୍ରୀ ମଲିକା ଏହି ସିରିଆଲ ଜରିଆ ରେ ନିଜ କ୍ୟାରିଆର ର ଆରମ୍ଭ କରିଥିଲେ।ଏହି ସିରିଆଲରେ ରାଧାଙ୍କ ଚରିତ୍ର ରେ ଅଭିନୟ କରି ଖୁବ କମ ସମୟ ମଧ୍ୟରେ ଏହି ଅଭିନେତ୍ରୀ ଜଣକ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ଅଭିନୟ ସହ ନିଜ ପାଠ ପଢ଼ା ମଧ୍ୟ ଜାରି ରଖିଥିଲେ।

ବନ୍ଧୁଗଣ ଅନସ୍କ୍ରିନ ଧର୍ମିକ ବେଶରେ ଥିବା ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଅଟନ୍ତି ଏବଂ ଅନସ୍କ୍ରିନ ଠାରୁ ଅଫସ୍କ୍ରିନ ଏହି ଅଭିନେତ୍ରୀ ଜଣକ ଦେଖିବାକୁ ଅଧିକ ସୁନ୍ଦର ଅଟନ୍ତି।ଏହି ଅଭିନେତ୍ରୀ ଙ୍କ ସହ ତାଙ୍କ ସାନ ଭଉଣୀ ଏବଂ ମାଆ ରୁହନ୍ତି। ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଜଣକ ନିଜ କ୍ୟାରିଆର ରେ ଧ୍ୟାନ ଦେବାରେ ଲାଗିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button