ଦେଶ ବିଦେଶ

ବିଶ୍ୱ ସ୍ତରରେ ଚାଉଳର ମୂଲ୍ୟ ହ୍ରାସ, ଜାଣନ୍ତୁ ଭାରତର ଲାଭ ହେବ ନା କ୍ଷତି?

ନୂଆଦିଲ୍ଲୀ ୩୦।୯: କିଛି ଦିନ ପୂର୍ବେ ଭାରତ ସରକାର ଅଣବାସୁମତି ଚାଉଳ ରପ୍ତାନୀ ଅନୁମତି ଦେଇଥିଲେ। ଯାହାର ପ୍ରଭାବ ଏବେ ସାରା ବିଶ୍ୱର ଚାଉଳ ମୂଲ୍ୟ ଉପରେ ଅନୁଭୂତ ହେଉଛି। ସୋମବାର ବୈଶ୍ୱିକ ସ୍ତରରେ ଚାଉଳ ମୂଲ୍ୟରେ ହ୍ରାସ ଦେଖାଯାଇଛି। ମନେ କରାଯାଉଛି ଚାଉଳ ଉପରେ ଭାରତର ରପ୍ତାନୀ କଟକଣା ହଟିବା ଯୋଗୁ ବୈଶ୍ୱିକ ଯୋଗାଣରେ ବୃଦ୍ଧି ହେବ।

ଫଳରେ ଏସିଆ ଓ ଆଫ୍ରିକୀୟ ଗରିବ ଦେଶଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇଦେବାରେ ଏହା ସହାୟକ ହେବ।

ଭାରତ ସରକାର ନୂଆ ଫସଲ ଅମଳ ଓ ଗୋଦାମ ମାନଙ୍କରେ ଅଧିକ ଚାଉଳ ଷ୍ଟକ୍ ଦୃଷ୍ଟିରୁ ରପ୍ତାନୀ କଟକଣା ହଟାଇଥିଲେ। ଏହା ପୂର୍ବରୁ ସରକାର ଉଷୁମା ଚାଉଳର ରପ୍ତାନୀ ଶୁଳ୍କ ୨୦ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ କରିଦେଇଥିଲେ। ଗତ ବର୍ଷ ଭାରତ ସରକାର ସଫା ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବାରୁ ବିଶ୍ୱ ବଜାରରେ ଉଷୁନା ଚାଉଳ ଦର ୧୫ ବର୍ଷର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ୨୦୨୨ରେ ବିଶ୍ୱ ଚାଉଳ ରପ୍ତାନୀରେ ଭାରତର ଭାଗିଦାରୀ ୪୦ ପ୍ରତିଶତରୁ ଅଧିକ ଥିଲା।

ଦେଶର ପ୍ରମୁଖ ଚାଉଳ ରପ୍ତାନୀକାରୀ ସତ୍ୟମ ବାଲାଜୀ ଏକଜ୍ୟୁକୁଟିଭ ଡାଇରେକ୍ଟର କହିଛନ୍ତି ଯେ ଥାଇଲ୍ୟାଣ୍ଡ, ଭିଏତନାମ ଓ ପାକିସ୍ତାନର ଚାଉଳ ବିକ୍ରେତା ନିଜର ରପ୍ତାନୀ ମୂଲ୍ୟ ହ୍ରାସ କରି ଭାରତ ସହିତ ପାଦକୁ ପାଦ ମିଳାଉଛନ୍ତି। ବଜାରରେ ନିଜ ଉପସ୍ଥିତି କାୟମ ରଖିବାକୁ ପ୍ରତ୍ୟେକ ଏବେ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ଉଦ୍ୟମ କରୁଛନ୍ତି। ଏଣୁ ସୋମବାର ଭାରତର ୫ ପ୍ରତିଶତ ଭଙ୍ଗ ଉଷୁନା ଚାଉଳ ମେଟ୍ରିକ ଟନ ପିଛା ଦର ୫୦୦ରୁ ୫୧୦ ଡଲାର ମଧ୍ୟରେ ଥିଲା।

ଡିଲର କହିଛନ୍ତି ଯେ ଭିଏତନାମ, ପାକିସ୍ତାନ,ଥାଇଲ୍ୟାଣ୍ଡ ଓ ମ୍ୟାଁମାର ରପ୍ତାନୀକାରୀମାନେ ସୋମବାର ଟନ ପିଛା ୧୦ ଡଲାର ଦର ହ୍ରାସ କରିଛନ୍ତି। ଥାଇ ଚାଉଳ ରପ୍ତାନୀକାରୀ ସଂଘର ଅଧ୍ୟକ୍ଷ କହିଛନ୍ତି ଯେ ବଜାରକୁ ଯୋଗାଣ ବଢିବାରୁ ଥାଇଲ୍ୟାଣ୍ଡର ଚାଉଳ ରପ୍ତାନୀ ମୂଲ୍ୟ ହ୍ରାସ ହୋଇଛି। ସେହିପରି ଭିଏତନାମରେ ମଧ୍ୟ ଚାଉଳ ଦର ହ୍ରାସ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button