ଦେଶ ବିଦେଶ

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ୩ଟି ସ୍କୁଲ୍‌ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକ ମେଲ୍‌ରୁ ରଷୀୟାନ୍‌ ଭାଷାରେ ମିଳିଥିବା ସୂଚନା ରହିଛି। ଜଣେ ଅଜଣା ଯୁବକଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଗତ ମାସରେ, ଆରବିଆଇର କଷ୍ଟମର୍‌ କେୟାର୍‌ଙ୍କ ନିକଟକୁ ମଧ୍ୟ ସମାନ ଧମକ ପଠାଯାଇଥିଲା। ମୁମ୍ବାଇ‌ରେ ଥିବା ଆର୍‌ବିଆଇର କଷ୍ଟମର୍‌ କେୟାର୍‌ ସେଣ୍ଟ୍‌ରକୁ ବୋମା ଧମକ ମିଳିବା ପରେ ଘଟଣାର ଖୋଳତାଢ଼ ହୋଇଥିଲା। ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କ-ଏ-ତେ‌ାଏବାର ବୋଲି ଜଣାପଡ଼ିଛି।

ଗତ ବର୍ଷ ଡିସେମ୍ବର ୨୩ରେ ମଧ୍ୟ ଆରବିଆଇକୁ ଏକ ଇମେଲ ଜିଆରେ ଧମକ ମିଳିଥିଲା। ​​ଯାହା ବିଲଡିଂରେ ବୋମା ବିସ୍ପୋରଣ ହେବ ବୋଲି ଚେତାବନୀ ଦେଇଥିଲା। ଧମକରେ ସେମାନେ ତତ୍କାଳୀନ ଗଭର୍ଣ୍ଣନ ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଥିଲେ।

ଏହାବ୍ୟତୀତ ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ଦିଲ୍ଲୀର ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା ପାଇଁ ଇ‌-ମେଲ୍‌ର ରିପ୍ଲାଏ କର।

ଧମକ ମିଳିଥିବର ବିଦ୍ୟାଳୟଗୁଡ଼ିକରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମୟୂର ବିହାରର ସାଲୱାନ୍ ପବ୍ଲିକ୍ ସ୍କୁଲ୍ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲ୍ ଅନ୍ତର୍ଭୁକ୍ତ। ଇ-ମେଲ ଜରିଆରେ ସକାଳ ୪.୩୦ ସମୟରେ ଏହି ବୋମା ଧମକ ମିଳିଥିଲା। ଏହା ପରେ ଅଗ୍ନିଶମ ବିଭାଗ, ପୁଲିସ ଏବଂ ବୋମା ଚିହ୍ନଟକାରୀ ଦଳ କୁକୁର ସ୍କ୍ବଡ୍‌ ସହିତ ବିଦ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button