ଓଡିଶା

ରାଜନୀତିରେ ପାଦ ଥାପିବେ କି Archana! ଲୋକ ଚାହିଁଲେ ନିର୍ବାଚନ ଲଢିବେ

ରାଜନୀତିକୁ ଆସିବେ କି ଅର୍ଚନା ନାଗ ! ଗତ ଅତୀତରେ ବହୁ ଚର୍ଚିତ ବ୍ଲାକମେଲିଙ୍ଗ କୁଇନ ଅର୍ଚନା ନାଗ ଚର୍ଚାରେ ରହିଥିଲେ । ତେବେ ଅର୍ଚନା ନାଗ ଗଣ ମାଧ୍ୟମର ଏକ ସାକ୍ଷାତକାରରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ଅର୍ଚନା ନୂଆବର୍ଷରେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତେବେ ଅର୍ଚନାଙ୍କ ଖରାପ ପରିସ୍ଥିତିରେ ତାଙ୍କ ସାଠ ଛାଡିନଥିବା ସମସ୍ତ ଲୋକଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଅର୍ଚନା କହିଛନ୍ତି । ଯେ ଯେଉଁ ଲୋକମାନେ ପଛରେ ଷଡଯନ୍ତ୍ର କରି ଭଲ ଲୋକ ମାନଙ୍କୁ ହଇରାଣ କରୁଛନ୍ତି । ସେମାନେ ଯେଉଁପରି ଆଇନ ଆଖିରୁ ଖସିନଯାଇ ପାରନ୍ତୁ ବୋଲି ଠାକୁରଙ୍କ ପାଖରେ ପ୍ରାଥନା କରିଛି । ମୋର ଆଇନ ଓ ଅଦାଲତ ଉପରେ ବହୁତ ଭରଷା ଓ ବିଶ୍ବାସ ଅଛି । ବିଳମ୍ବରେ ହେଲେ ପଛେ ମୋତେ ନ୍ୟାୟ ମିଳିପାରିଛି । ଯେଉଁ କାରଣରୁ ସମସ୍ତଙ୍କ ସାମ୍ନାରେ ଛିଡା ହୋଇ ମୁଁ ବାଇଟ ଦେଇପାରୁଛି । କାରଣ ଅଦାଲତ ଠାରୁ ସବୁଠୁ ବଡ ଅଦାଲତ ହେଉଛି ଭଗବାନଙ୍କର ଅଦାଲତ ।

ତେଣୁ ଭଗବାନଙ୍କ ଅଦାଲତରୁ କେହି ଦୋଷୀ ଖସିଯାଇପାରିବେ ନାହିଁ । ତେଣୁ ମୁଁ ଏଠାରେ କୌଣସି ଦୋଷୀ କି ଷଡଯନ୍ତ୍ରକାରୀଙ୍କ ନାମ ମୁଁ ତ ପ୍ରକାଶ କରିପାରିବି ନାହିଁ । ହେଲେ ଯିଏ ପ୍ରକୃତରେ ଷଡଯନ୍ତ୍ର କରୁଛି ଯିଏ ପ୍ରକୃତରେ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ । ତେବେ ଅର୍ଚନା ନିଜ ରାଜନୀତି କ୍ଯାରିଅରକୁ ନେଇ ମଧ୍ୟ ଏଭଳି କିଛି କହିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଯଦି ରାଜନୀତି ପକ୍ଷରୁ ମୋତେ ସୁଯୋଗ ମିଳେ ।

ମୁଁ ରାଜନୀତିକୁ ଯାଇ ଲୋକଙ୍କର ସେବା କରିବା ପାଇଁ ଯଦି ଉପଯୁକ୍ତ ହେଇଥିବି ବୋଲି ଲୋକେ ଭାବୁଛନ୍ତି । ତେଣୁ ନିହାତି ଭାବେ ମୁଁ ରାଜନୀତିରେ ସାମିଲ ହେବି । ଏଥିସହ ଲୋକଙ୍କର ସେବା କରିବାର ସୁଯୋଗ ପାଇଛି । କାରଣ ଯଦି ରାଜନୀତି ପକ୍ଷରୁ ମୋତେ ସୁଯୋଗ ମିଳେ ତେବେ ଏଭଳି କଥାକୁ ମୁଁ ନିହାତି ଭାବେ ସ୍ଵାଗତ କରିବି । କାରଣ ଯଦି ଲୋକ ଚାହିଁବେ, ଯେ ମୁଁ ରାଜନୀତିକୁ ଗଲା ପରେ ତାଙ୍କ ପାଇଁ କିଛି କରିବାର ଯୋଗ୍ୟା ହୋଇଥିବି, ତେବେ ରାଜନୀତିକୁ ଆସିବି ।

Related Articles

Leave a Reply

Your email address will not be published. Required fields are marked *

Back to top button