ଓଡିଶା

ନୀଳଗିରି ଅଖିଳ ଭାରତ କୃଷକ ସଭା ତରଫରୁ ରାସ୍ତାରୋକ, ରାସ୍ତା ମରାମତି ଓ ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଦାବି

ବାଲେଶ୍ୱର ଜିଲ୍ଲା ଅଖିଳ ଭାରତ କୃଷକ ସଭା ନୀଳଗିରି ଶାଖା ତରଫରୁ ବାଉଁଶବଣିଆ ଛକ ଠାରେ ବଉଳଗଡ଼ିଆ- ନୀଳଗିରି ରାସ୍ତାରୋକ କରି ପ୍ରତିବାଦ କରାଯାଇଛି। ଜଙ୍ଗଲୀ ହାତୀ ଉପଦ୍ରବରୁ ସୁରକ୍ଷା ଓ ବଉଳଗଡ଼ିଆ ରାସ୍ତାର ଦୂରାବସ୍ଥା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି।

 

ସୂଚନାନୁଯାୟୀ, କୂଳଡିହା ଅଭୟାରଣ୍ୟରୁ ଦୈନନ୍ଦିନ ହାତୀ ଆସି ନୀଳଗିରି ଅଞ୍ଚଳରେ ବାଡ଼ିଘରେ ଉପଦ୍ରବ କରୁଛନ୍ତି।

ଚାଷଜମି ନଷ୍ଟ କରୁଛନ୍ତି। ବାରମ୍ଵାର ଅଭିଯୋଗ କଲେ ମଧ୍ୟ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ନୀଳଗିରି ବଉଳଗଡ଼ିଆ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଦୁର୍ଘଟଣାରେ ବହୁ ପ୍ରାଣହାନି ହେଉଛି। ରାସ୍ତା ମରାମତି ଓ ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଦାବିରେ ମଙ୍ଗଳବାର ସ୍ଥାନୀୟ ସିପିଆଇ ତଥା କୃଷକନେତା ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇ ପ୍ରତିବାଦ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button