କାଟ୍ରିନାଙ୍କ ପ୍ରଥମ ଲୁକ ସେୟାର କଲେ ‘ଟାଇଗର ୩’ର ସିନେ-ନିର୍ମାତା – Utkal Mail
ମୁମ୍ବାଇ: ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ସିନେମା ‘ଟାଇଗର ୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ସିନେମା ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି।
‘ଟାଇଗର ୩’ର ଟ୍ରେଲର ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାର ଯୋଜନା ରହିଛି। ଟ୍ରେଲର ରିଲିଜ ହେବା ପୂର୍ବରୁ ସିନେ-ନିର୍ମାତାମାନେ ‘ଟାଇଗର ୩’ ସହିତ ଜଡ଼ିତ କାଟ୍ରିନାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି।
ଏହି କ୍ରମରେ ସଲମାନ ଖାନ ବି ସୋସିଆଲ ମିଡିଆରେ କାଟ୍ରିନାଙ୍କ ଏହି ଦମଦାର ଲୁକ ସେୟାର କରିଛନ୍ତି। ଯେଉଁଥିରେ କାଟ୍ରିନା ଗୋଟିଏ ହାତରେ ବନ୍ଧୁକ ଧରି ଗୁଳି ଚଲାଉଥିବା ବେଳେ ଅନ୍ୟ ହାତରେ ଦଉଡ଼ି ଧରିଥିବା ଦେଖିବାକୁ ମିଳୁଛି। ଏଥିରେ ସେ ଆକସନ ମୁଡ଼ରେ ଥିବାର ବି ନଜରକୁ ଆସିଛି।
କାଟ୍ରିନାଙ୍କ ଏହି ଲୁକର ପୋଷ୍ଟ ସେୟାର କରି ସଲମାନ ଲେଖିଛନ୍ତି- ଜୋୟା। ‘ଟାଇଗର ୩’ର ଟ୍ରେଲର ଅକ୍ଟୋବର ୧୬ରେ ଆସୁଛି। ‘ଟାଇଗର ୩’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଦିପାବଳୀରେ ମୁକ୍ତିଲାଭ କରିବ।
ସଲମାନଙ୍କ ଏହି ପୋଷ୍ଟ ଦେଖିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହିକେହି କହିଛନ୍ତି, ‘କାଟ୍ରିନାଙ୍କ ଏହି ଲୁକ ଦେଖିବା ପରେ ସିନେମା ଦେଖିବା ପାଇଁ ଉତ୍ସାହ ବଢ଼ି ଯାଇଛି। ସିନେମାରେ କାଟ୍ରିନାଙ୍କ ଆକସନ ଅବତର ଦେଖିବାକୁ ମଜା ଆସିବ।’