ଦେଶ ବିଦେଶ

ପୁଲିସ-ମାଓବାଦୀ ଗୁଳି ବିନିମୟ: ମାଓ କମାଣ୍ଡର ତୁଳସୀ ଭୂୟାଁ ନିହତ

ରାଉରକେଲା: ଝାଡ଼ଖଣ୍ଡ ପଲାମୁରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ୧୨ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ କମାଣ୍ଡର ତୁଳସୀ ଭୂୟାଁ ନିହତ ହୋଇଥିବାର ସୂଚନା ରହିଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର୍ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଏନ୍‌କାଉଣ୍ଟରରେ ଗତକାଲି ଦୁର୍ଦ୍ଦାନ୍ତ ମାଓନେତା ମନୀଷ ଯାଦବର ମୃତ୍ୟୁ ଘଟିଥିଲା। ତା’ର ଘନିଷ୍ଠ ସହଯୋଗୀ କୁନ୍ଦନ ଖେରୱାରକୁ ପୁଲିସ ଗିରଫ କରିଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇଟି ସ୍ବୟଂଚାଳିତ ରାଇଫଲ୍‌ ଜବତ କରିଥିଲା। ଲାତେହାର କରମଖାଦ ଓ ଦୌନା ଜଙ୍ଗଲରେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ମନୀଷର ମୃତ୍ୟୁ ହୋଇଥିଲା। ଏନ୍‌କାଉଣ୍ଟର ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପସରେନ୍‌କୁ ଜୋରଦାର କରାଯାଇଛି। ମନୀଷ ଓ ତା’ର ସହଯୋଗୀମାନେ ଦୌନା ଜଙ୍ଗଲରେ ବଡ଼ଧରଣ ହିଂସାକାଣ୍ଡ କରିବାକୁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା।

ଝାଡ଼ଖଣ୍ଡ ପଲାମୁରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ୧୨ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ କମାଣ୍ଡର ତୁଳସୀ ଭୂୟାଁ ନିହତ ହୋଇଥିବାର ସୂଚନା ରହିଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର୍ ଉଦ୍ଧାର ହୋଇଛି।

ଏଣେ ଗତ ୨୪ ତାରିଖରେ ଯବାନଙ୍କ ଗୁଳିରେ ଝାଡ଼ଖଣ୍ଡ ଜନସଂଘର୍ଷ ମୁକ୍ତି ମୋର୍ଚ୍ଚା (ଜେଜେଏମ୍‌ପି) ମୁଖ୍ୟ ପପୁ ଲୋହରା ଓ ତା’ର ଘନିଷ୍ଠ ସହଯୋଗୀ ପ୍ରଭାତ ଲୋହରାର ମୃତ୍ୟୁ ହୋଇଛି। ଅନ୍ୟମାନେ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ। ଜେଜେଏମ୍‌ପିର ମୁଖ୍ୟ ପପୁ ପାଇଁ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ତା’ ନାଁରେ ସୀମାନ୍ତ ଥାନାରେ ଅନେକ ଆପରାଧିକ ମାମଲା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button