ଦେଶ ବିଦେଶବ୍ୟବସାୟ

ଟ୍ବିଟରର ପ୍ରାୟ ୪ ହଜାର କର୍ମଚାରୀ ଚାକିରି ହରାଇ ପାରନ୍ତି

ନୂଆଦିଲ୍ଲୀ: ଏଲେନ ମସ୍କ ଟ୍ବିଟରର ମାଲିକ ହେବା ପରେ କମ୍ପାନୀର କର୍ମଚାରୀଙ୍କ ପାଇଁ ଆସୁଛି ଖରାପ ଦିନ। ଟ୍ବିଟରକୁ କିଣିବା ପରେ ପରେ ପ୍ରଥମେ ସେ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ହଟାଇଦେଇଥିଲେ। ଏବେ କୁଆଡେ କମ୍ପାନୀର ୩ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ମସୁଧା କରୁଛନ୍ତି ମସ୍କ।

ବ୍ଲୁମବର୍ଗର ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ମୁତାବକ, ମସ୍କ ଟ୍ବିଟରର ଅଧା କର୍ମଚାରୀଙ୍କୁ ବାହାର କରାଯିବ, ଯାହା ୩,୭୦୦ ପାଖାପାଖି ହେବ। ଚଳିତ ସପ୍ତାହ ଶେଷ ସୁଦ୍ଧା ଏମାନଙ୍କୁ କମ୍ପାନୀରୁ ବାହାର କରାଯାଇପାରେ।

ତେବେ ଏସମ୍ପର୍କରେ ମସ୍କଙ୍କ ଟ୍ବିଟରରୁ ଏମିତି କୌଣସି ସୂଚନା ମିଳିନାହିଁ। ହେଲେ ଟ୍ବିଟରର ଜଣେ ୟୁଜର କର୍ମଚାରୀ କାଟକୁ ନେଇ ପ୍ରଶ୍ନ କରିବା ପରେ ମସ୍କ କହିଥିଲେ କି, ଏପରି କଥା ଭୁଲ। କିନ୍ତୁ ତାଙ୍କ କଥା ଉପରେ ଭରସା କରାଯାଇ ପାରୁନି। କାରଣ ଏପରି କହିବା ପରେ ମଧ୍ୟ ସେ ପରାଗ, ଆଇନ ବିଭାଗ ଅଧୀକାରୀ ବଜୟ ଗଡ୍ଡେ ସମେତ ବହୁ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

ଏହା ବ୍ୟତୀତ, ଇଞ୍ଜିନିୟରମାନଙ୍କ ଉପରେ କଠୋର ନିୟମ ଲାଗୁକରିଛନ୍ତି। ସେମାନଙ୍କୁ ଦିନରେ ୧୨ ଘଣ୍ଟା କାମ କରିବାକୁ ଫରମାନ ଜାରି କରିଛନ୍ତି ମସ୍କ। ସେହିପରି ଟ୍ବିଟରର କୌଣସି ବି ସ୍ଥାନରୁ କାମ କରିବା ସୁବିଧାକୁ ମସ୍କ ରଦ୍ଦ କରି ଦେଇଛନ୍ତି। .ଟେଲ୍ସା ପରି ମସ୍କ ଖୁବଶୀଘ୍ର ଟ୍ବିଟରର ସମସ୍ତ କର୍ମଚାରୀମାନଙ୍କୁ ଅଫିସ ଆସ କାମ କରିବାକୁ କହି ପାରନ୍ତି। କିଛି ମାସ ପୂର୍ବରୁ ଟେଲ୍ସା ତାର କର୍ମଚାରୀଙ୍କୁ ଅଫିସ ଆସିବାକୁ ବାଧ୍ୟତାମୂଳକ କରିଥିଲା। ଯିଏ ଅଫିସ ନ ଆସିବେ ସେମାନଙ୍କୁ ଚାକିର ହରାଇବାକୁ ହେବ ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button