ବିଚାର

ଏହା ହେଉଛି ପାପ ଓ ପୂଣ୍ୟ ଭିତରେ ଅନ୍ତର, ଯଦି ବୁଝି ଯିବେ ତାହେଲେ ଜୀବନରେ ପସ୍ତେଇବେ ନାହିଁ

୧୮୯୯ ମସିହାରେ କଲିକତାରେ ପ୍ଲେଗ ରୋଗରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ରହୁ ଥିବା ସବୁ ଲୋକଙ୍କ ଘରେ ଏହି ରୋଗ ହୋଇଥିଲା ଏବଂ ଅସମୟରେ ହିଁ ବହୁତ ଲୋକଙ୍କର ଜୀବନ ନେଇଥିଲା । ସେଠାରେ ଖାଲି କାନ୍ଦିବାର ଶବ୍ଦ ଶୁଣା ଯାଉଥିଲା । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ସେହି ସମୟରେ ସ୍ଵାମୀ ବିବେକାନନ୍ଦ ଓ ତାଙ୍କର ଶିଷ୍ୟ ମାନେ ରାସ୍ତାଘାଟ ସଫା କରିବା ସହିତ ରୋଗୀ ମାନଙ୍କୁ ଔଷଧ ଦେଇ ତାଙ୍କର ଉପଚାର କରୁଥିଲେ ।

ସେତେବେଳେ କିଛି ପଣ୍ଡିତ ଆସି ତାଙ୍କୁ କହିଲେ କି ଦୁନିଆରେ ପାପ ବଢି ଯାଇଥିବାରୁ ଭଗବାନ ଲୋକ ମାନଙ୍କୁ ଦଣ୍ଡ ଦେଉଛନ୍ତି । ତାହେଲେ ଆପଣ ସେମାନଙ୍କର ସେବା କଣ ପାଇଁ କରୁଛନ୍ତି । ଏହା କରିବା ଦ୍ଵାରା ଆପଣ ଭଗବାନ ଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ଯାହା ଠିକ କଥା ନୁହେଁ ।

Google

ଏହା ଶୁଣି ବିବେକାନନ୍ଦ ପଣ୍ଡିତ ମାନଙ୍କୁ କହିଲେ କି ଆମେ ସମସ୍ତେ ଜାଣିଛେ କି ମଣିଷ ଯଦି ଭଲ କାମ କରେ ତାହେଲେ ଭଲ ଫଳ ପାଇଥାଏ ଯାହା ଦ୍ଵାରା ସେ ବହୁତ ଖୁସିରେ ରୁହେ ଏବଂ ଯେଉଁ ଲୋକ ଖରାପ କାମ କରେ ସେ ସବୁବେଳେ ଦୁଖଃ ଓ କଷ୍ଟରେ ରହିଥାଏ । ଯଦି କୌଣସି ଜଣେ ବ୍ୟକ୍ତି କଷ୍ଟ ପାଉଛି ତାହେଲେ ଯଦି ଅନ୍ୟ ଜଣେ ବ୍ୟକ୍ତି ତାକୁ ସାହାଯ୍ୟ କରିବାକୁ ଯାଇ ତା ଘା’ରେ ଔଷଧ ଲଗାଇଥାଏ, ତାହେଲେ ସେହି ବ୍ୟକ୍ତି ର କଷ୍ଟ ଦୂର ହେବା ସହିତ ଅନ୍ୟ ବ୍ୟକ୍ତି ଭଲ କର୍ମ କରିଥିବାରୁ ପୂଣ୍ୟର ଅଧିକାରୀ ହୋଇ ଯାଇଥାଏ ।

Google

ଯଦି ଆପଣ କହୁଛନ୍ତି କି ପ୍ଲେଗ ପୀଡିତ ରୋଗୀ ମାନେ ପାପ କରିଛନ୍ତି ତାହେଲେ ମୋ ଶିଷ୍ୟା ସେମାନଙ୍କର ସେବା କରି ପୂଣ୍ୟ ଅର୍ଜନ କରୁଛନ୍ତି ନା । ତେବେ ଆପଣ ଏହା ବିଷୟରେ କଣ କହିବେ । ସ୍ଵାମୀ ବିବେକାନନ୍ଦ ଙ୍କର ଏହି କଥାକୁ ଶୁଣି ସବୁ ପଣ୍ଡିତ ମାନେ ନିଜ ମୁଣ୍ଡ ତଳକୁ କରି ସେଠାରୁ ଚାଲିଗଲେ । ତେବେ ବନ୍ଧୁମାନେ ଏହା ଥିଲା ପାପ ଓ ପୂଣ୍ୟ ମଧ୍ୟରେ ଅନ୍ତର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button