ଦେଶ ବିଦେଶ

ମୋବାଇଲ ଦେଖୁ ଦେଖୁ ବାପାର ପରକୀୟା ପ୍ରୀତିର ସୁରାଗ ପାଇଲା ଝିଅ, ଆଉ ତାପରେ..

ଆଜିକାଲି ଏଭଳି ଅନେକ ଖବର ସାମ୍ନାକୁ ଆସୁଛି ଯେଉଁଠାରେ ପରକୀୟା ପ୍ରୀତି ପାଇଁ ଅନେକ ସଂସାର ଭାଙ୍ଗିଯାଉଥିବାର ଦେଖିବାକୁ ମିଳୁଛି। କେତେବେଳେ ସ୍ତ୍ରୀ ଅନ୍ୟ ଏକ ପୁରୁଷ ପାଇଁ ସ୍ୱାମୀକୁ ଧୋକା ଦେଉଥିବା ବେଳେ କେତେବେଳେ ସ୍ୱାମୀ ସ୍ତ୍ରୀକୁ ଧୋକା ଦେଉଛି। କିନ୍ତୁ, ଏବେ ଆମ୍ଭେ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ସେଥିରେ ବାପାର ପରକୀୟା ପ୍ରୀତିର ପର୍ଦାଫାସ୍ କରିଛି ଝିଅ।

Affair

ଏଭଲି ଏକ ଘଟଣା ଅହମ୍ମଦବାଦରେ ଦେଖିବାକୁ ମିଳିଛି। ପୀଡିତା ମହିଳାଙ୍କ କହିବା ଅନୁଯାଇ ୨୦୧୦ ମସିହାରେ ଅହମ୍ମଦାବାଦର ଜଣେ ସ୍କୁଲ ଶିକ୍ଷକଙ୍କୁ ସେ ବିବାହ କରିଥିଲେ। କିନ୍ତୁ, ସ୍ୱାମୀଙ୍କର ଅନେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ସେ ପରେ ଜାଣିବାକୁ ପାଇଥିଲେ। ଏଥିନେଇ କହିବା ପରେ ସମାଧାନ କରିବା ବଦଳରେ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଏଥିନେଇ ୨୦୧୧ ଏବଂ ୨୦୧୩ ମସିହାରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା।

Mobile

ତେବେ, ଦିନେ ଝିଅ ବାପାଙ୍କର ଫୋନରେ ଖେଳୁଥିବା ବେଳେ ଭୁଲବଶତଃ ଗ୍ୟାଲେରୀ ଖୋଲି ଯାଇଥିଲା। ଯେଉଁଥିରେ ତାଙ୍କ ପରକୀୟା ପ୍ରୀତିର ଅନେକ ଫୋଟୋ ଏବଂ ଭିଡ଼ିଓ ଥିବା ଦେଖିବାକୁ ମିଳିଥିଲା। ଏଥିନେଇ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଉଭୟ ମାଆ ଝିଅଙ୍କୁ ମାଡ଼ ମାରିଥିବା ଏପରିକି ପୋଲିସ ସାମ୍ନାରେ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button