ଜୀବନଶୈଳୀ

ମୃତ୍ୟୁ ପୂର୍ବର ୪୦ ସେକେଣ୍ଡ ପୂର୍ବରୁ କଣ ଘଟିଥାଏ? ମରିବା ପୂର୍ବରୁ କଣ ଅନୁଭବ ହୋଇଥାଏ? ଜାଣନ୍ତୁ ଭୟଙ୍କର କଥା

“ମହୀ ମଣ୍ଡଳେ ଦେହ ଧରି , ଦେବତା ହେଲେବି ମରଇ ” ଏଭଳି ଲେଖା ରହିଛି ଭାଗବତରେ। ଅର୍ଥାତ୍ ପ୍ରତ୍ୟେକ ଜୀବ ଯିଏ ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିଛନ୍ତି ସେମାନେ ଦିନେ ନା ଦିନେ ଦେହ ତ୍ୟାଗ କରି ପୃଥିବୀ ପୃଷ୍ଠରୁ ବିଦାୟ ନେବେ। ଏହାକୁ ସ୍ଵୟଂ ଦେବତା ମଧ୍ୟ ଏଡେଇ ପାରିବେ ନାହିଁ। ବାସ୍ତବରେ ମଧ୍ୟ ଯାହା ଘଟି ସାରିଛି।

Mruta

କୁହାଯାଏ,ଶରୀର ମୃତ୍ୟୁ ବରଣ କରେ ଆତ୍ମା ନୁହେଁ। ଆତ୍ମା ଅମର। ନଦୀ ଯେପରି ସାଗର ସହିତ ମିଶିବା ପରେ ଲୀନ ହୋଇ ଯାଏ ଠିକ୍ ସେହିପରି ଆତ୍ମା ପରମ୍ ଆତ୍ମା ଙ୍କ ସହିତ ମିଶି ଲୀନ ହୋଇ ଯିବାକୁ ଚାହେଁ।ସମସ୍ତେ ସମୟ ଡୋରରେ ବନ୍ଧା। ଉଚିତ୍ ସମୟ ନ ଆସିବା ପର୍ଯ୍ୟନ୍ତ ନା ଆତ୍ମା ଶରୀରକୁ ଛାଡ଼ି ପାରିବ ନା ଯମ ଆତ୍ମାକୁ ନେଇ ପାରିବ।ସବୁ କର୍ମ ଓ କର୍ମଫଳ ଭୋଗର ଏକ ସମୟ ରହିଥାଏ।

ମୃତ୍ୟୁକୁ ନେଇ ଅନେକ ଧର୍ମଗ୍ରନ୍ଥ ଆଦିରେ ନାନାଦି କଥା ବର୍ଣ୍ଣନା କରା ଯାଇଛି। ମୃତ୍ୟୁ ଅର୍ଥ ମୋକ୍ଷ ଅଟେ। ଏହି ମୋକ୍ଷ ପାଇବାର ବିଭିନ୍ନ ମାର୍ଗ ରହିଛି। କେହି କେହି ମୋକ୍ଷ ନିମନ୍ତେ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଥାଆନ୍ତି ତ କେହି କେହି ଅସ୍ଥିକୁ ଧାର୍ମିକ ସ୍ଥାନରେ ଦାହ କରିଥାନ୍ତି। ଗରୁଡ ପୁରାଣ ଅନୁସାରେ ଏଭଳି କଲେ ବ୍ୟକ୍ତିକୁ ଯମ ଲୋକରେ ଦଣ୍ଡ ମିଳି ନଥାଏ।

Gfgf

ଆସନ୍ତୁ ଜାଣିବା କିପରି;

ଗରୁଡ ପୁରାଣ ଅନୁସାରେ ମୃତ୍ୟୁର ୪୦ସେକେଣ୍ଡ ପୁର୍ବରୁ ବ୍ୟକ୍ତିର ଆତ୍ମାକୁ ଧାର୍ମିକ ସ୍ଥାନରେ ବିରାଜମାନ କରିଥିବା କାଳ ଭୈରବ ଙ୍କ ଦ୍ଵାରା ଯୁଦ୍ଧ କରାଯାଇଥାଏ। ଭୈରବ ଯନ୍ତ୍ରଣା ଯମ ଯନ୍ତ୍ରଣା ଠାରୁ ମଧ୍ୟ ଅଧିକ। ଏହି ସମୟରେ ବ୍ୟକ୍ତିକୁ ତାର ଖରାପ୍ ଓ ଭଲ କର୍ମ ସବୁ ଦେଖା ଦେଇଥାଏ। ନିଜର କର୍ମ ଅନୁସାରେ ବ୍ୟକ୍ତି ଏହି  ୪୦ସେକେଣ୍ଡ ମଧ୍ୟରେ ଫଳ ଭୋଗିଥାଏ। ଖରାପ୍ ଗୁଣ ପାଇଁ ହଜାର ଗୁଣ ଅଧିକ କଷ୍ଟ ପାଇଥାଏ। କର୍ମ ର ଫଳ ସରିବା ପରେ ଆତ୍ମାର ଶୁଦ୍ଧ ହୋଇଥାଏ। ଆତ୍ମାର ଶୁଦ୍ଧ ପରେ ହିଁ ସେ ପରମ ଆତ୍ମା ସହିତ ମିଶି ମୁକ୍ତି ପାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button