‘୫ମାସର ଗର୍ଭବତୀ ଥିବା ବେଳେ ନଷ୍ଟ ହୋଇଗଲା ମୋର ପିଲା’: ରାଣୀ ମୁଖାର୍ଜୀ – Utkal Mail
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିକଟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚମକାଇ ଦେଲା ଭଳି ଏକ କ୍ଥା ସେୟାର କରିଛନ୍ତି।
ନିକଟରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନରେ ରାଣୀ ଜଣେ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜର ବ୍ୟକ୍ତିଗତ ଜୀବନର ଏମିତି ଏକ ଦିନ ବିଷୟରେ ଆଲୋଚନା କରିଥିଲେ ଯାହାକୁ ଶୁଣିବା ପରେ ସମସ୍ତେ ଚମକି ଯାଇଥିଲେ।
ରାଣୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି କହିଥିଲେ, ‘ ୨୦୨୦ ମସିହାରେ ମୋର ଗର୍ଭନଷ୍ଟ ହୋଇଥିଲା। ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ମୁଁ ପ୍ରସ୍ତୁତ ହେଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିଲା। ସେତେବେଳେ ମୁଁ ୫ମାସର ଗର୍ଭବତୀ ଥିଲି। ଦ୍ବିତୀୟ ସନ୍ତାନ ନଷ୍ଟ ହେବାପରେ ମୁଁ ଦେଖିଥିବା ସ୍ବପ୍ନ ସେହି ମୁହୂର୍ତ୍ତରେ ହିଁ ଭାଙ୍ଗି ଯାଇଥିଲା। ଦ୍ବିତୀୟ ସନ୍ତାନର ମା’ ହେବାର ସୌଭାଗ୍ୟ ପାଇ ପାରିଲି ନାହିଁ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗର୍ଭନଷ୍ଟର ୧୦ଦିନ ପରେ ମୋତେ ସିନେମା ଅଫର ମିଳିଥିଲା। ଆଉ ମୁଁ ବି ସିନେମା କରିବାକୁ ରାଜି ହୋଇଯାଇଥିଲି। ଆଜି ପର୍ଯ୍ୟନ୍ତ ଉକ୍ତ ସିନେମା ସହିତ ଜଡ଼ିତ ଥିବା ନିର୍ଦ୍ଦେଶକ , ପ୍ରଯୋଜକ , ଷ୍ଟାରକାଷ୍ଟ ଆଦି କେହି ବି ଜାଣି ନାହାନ୍ତି ସେହି ସମୟରେ ମୁଁ କିଭଳି କଷ୍ଟ ଦେଇ ଦିନ କାଟୁଥିଲୁ। ଆଜି ବି ସେଦିନକୁ ମନେ ପକାଇଲେ ମନରେ କୋହ ଭରି ଯାଏ। ସେ କଷ୍ଟକୁ ମୁଁ ମଲା ଯାଏଁ ଭୁଲି ପାରିବି ନାହିଁ। ଏମିତି କଷ୍ଟ ଭଗବାନ କାହାକୁ ନ ଦିଅନ୍ତୁ।’